Guinness World Records:ରିଲିଜ୍ ପୂର୍ବରୁ ଇତିହାସ: ‘ରା଼କା’ର ବିଶ୍ୱ ରେକର୍ଡ
ଅଲ୍ଲୁ ଅର୍ଜୁନ ଓ ଏଟିଲୀଙ୍କ ପାନ୍-ଇଣ୍ଡିଆ ଫିଲ୍ମ 'ରା଼କା' କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି | ଫିଲ୍ମଟି ରିଲିଜ୍ ହେବାର ଏକ ବର୍ଷ ପୂର୍ବରୁ ହିଁ ୱାର୍ଲ୍ଡ ରେକର୍ଡ କରି ଇତିହାସ ରଚିଛି |

ସାଉଥ ସିନେମାର ଆଇକନ ଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ତାମିଲ ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଧେଶକ ଏଟିଲୀଙ୍କ ଫିଲ୍ମ 'ରା଼କା' ଇତିହାସ ରଚିଛି | ତାଙ୍କର ଏହି ଫିଲ୍ମ ରିଲିଜ ପୂର୍ବରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଛି | ୨୦୨୭ରେ ସିନେମା ପରଦାକୁ ଆସୁଥିବା 'ରା଼କା' ଫିଲ୍ମ ଭାରତୀୟ ସିନେମାର ନାମ ସମ୍ପୂର୍ଣ୍ଣ ବିଶ୍ୱରେ ନାମ ଉଜ୍ଜ୍ଵଳ କରୁଛି | ଏହି ଫିଲ୍ମ ସହିତ ୩୭ କଳାକାରମାନେ ରିୟଲ-ଟାଇମ ମୋସନ କ୍ୟାପଚର କରି ' ଗିନିଜ ୱାର୍ଲ୍ଡ ରେକର୍ଡସ ' ନିଜ ନାମ ଦର୍ଜ କରାଇ ଦେଇଛି | ସୂଚନା ଅନୁସାରେ 'ରା଼କା' ଇତିହାସ ରଚି ଓ ଏହା ଗ୍ଲୋବାଲ ଲେବଲରେ ଭାରତକୁ ଏକ ବଡ଼ ବିଜୟ ଦେଇଛନ୍ତି | ଗିନିଜ ୱାର୍ଲ୍ଡ ରେକର୍ଡର ଅଫିସିଆଲ ୱେବସାଇଟରେ ଅନୁସାରେ ,୧୫ ସେପ୍ଟେମ୍ବର ୨୦୨୬ ସନ ଟିଭି ନେଟୱର୍କ ଲିମିଟେଡ଼ ଓ ଭି .ଅରୁଣ କୁମାର ଓରଫ ଏଟିଲୀଙ୍କ ଦ୍ୱାରା ଏହି ରେକର୍ଡ ହୋଇଥିଲା | ସୁଟିଙ୍ଗ ସମୟରେ ଏକା ସହିତ ୩୭ଟି ପରଫମାନ୍ସର ରିୟଲ ଟାଇମ କ୍ୟାପଚର କରାଯାଇଥିଲା , ଯାହା ବିଶ୍ୱରେ କୌଣସି ଫିଲ୍ମ ପାଇଁ ବ୍ୟବହାର ହୋଇନଥିଲା | ଭାରତୀୟ ସିନେମା ଏବେ ଯାଏଁ ସବୁଠୁ ବଡ ଓ ଅଭୂତପୂର୍ବ ସଫଳତା ନିଜ ନାମ କରିଛି | ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଏଟିଲୀ ଏହି ଐତିହାସିକ ମୁହୂର୍ତ୍ତର ସାର୍ଟିଫିକେଟ ନିଜେ ହାସଲ କରିଛନ୍ତି | ଏହି ରେକର୍ଡ ମୁମ୍ବାଇରେ ଫିଲ୍ମ ସୁଟିଙ୍ଗ ଓ ମୋସନ କ୍ୟାପଚର ବେଳେ ହୋଇଥିଲା | ଗିନିଜ ୱାର୍ଲ୍ଡ ରେକର୍ଡସର ପ୍ରତିନିଧିମାନେ ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଧେଶକ ଏଟିଲୀଙ୍କୁ ସାର୍ଟିଫିକେଟ ହସ୍ତାନ୍ତର କଲେ |
