Ganjam Kukudakhandi Bomb Attack: ଦୁଇ ଯୁବକଙ୍କୁ ଉଦ୍ଧାର ପାଇଁ ରାତି ଅଧା ଯାଏଁ ପୋଲିସ ନାକେଦମ୍
ହଠାତ୍ ଖଣ୍ଡା ଧରି ଆକ୍ରମଣରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡିରେ ଖେଳିଗଲା ଆତଙ୍କ । କୁକୁଡାଖଣ୍ଡିରେ ସୋମବାର ଅପରାହ୍ନରେ ଜଣେ ଯୁବକକୁ କିଛି ଦୁବୃର୍ତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଅପରାହ୍ନ ୪ଟାରେ ପୁଣି କିଛି ଦୁବୃର୍ତ୍ତ କୁକୁଡାଖଣ୍ଡିର ବାଉରୀ ସାହିରେ ପଶି ବୋମାମାଡ଼ କରିଥିଲେ ।
ହଠାତ୍ ଖଣ୍ଡା ଧରି ଆକ୍ରମଣରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡିରେ ଖେଳିଗଲା ଆତଙ୍କ ।କୁକୁଡାଖଣ୍ଡିରେ ଗତକାଲି ଅପରାହ୍ନରେ ଜଣେ ଯୁବକକୁ କିଛି ଦୁବୃର୍ତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଅପରାହ୍ନ ୪ଟାରେ ପୁଣି କିଛି ଦୁବୃର୍ତ୍ତ କୁକୁଡାଖଣ୍ଡିର ବାଉରୀ ସାହିରେ ପଶି ବୋମାମାଡ଼ କରିଥିଲେ । ତିନୋଟି ବୋମାମାଡ଼ କରିଥିବା ବେଳେ ସେଥିରୁ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟ ଦୁଇଟି ଫୁଟି ନଥିଲା । ବୋମାମାଡ଼ କରି ଫେରାର ହେବାକୁ ବସିଥିବା ବେଳେ ଗାଁ ଲୋକେ ବୋମା ଫିଙ୍ଗିଥିବା ଦୁଇ ଜଣଙ୍କୁ କାବୁ କରିଥିଲେ । ଦୁଇ ଜଣଙ୍କୁ ଧରିବା ପରେ ଗାଁର ବାଉରୀ ସାହିର କୋଠଘରେ ରଖିଥିଲେ । ଏ ସମ୍ପର୍କରେ ଜାଣିବା ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଦୁଇ ଜଣ ଯୁବକକୁ କୋଠ ଘରରୁ ପୋଲିସ ନିଜ ହେପାଜତକୁ ନେବାକୁ ଦେଇନଥିଲେ ଗ୍ରାମବାସୀ । ପୋଲିସ ଦୁଇ ଜଣଙ୍କୁ ନିଜ ହେପାଜତକୁ ନେବା ପାଇଁ ଉଦ୍ୟମ କରିବାରେ ବିଫଳ ହେବାରୁ ବାଧ୍ୟ ହୋଇ କୋଠଘରର କବାଟରେ ପଡିଥିବା ତାଲାକୁ ଭାଙ୍ଗି ଉଦ୍ଧାର କରି ନେଇଥିଲା । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ମାନେ ଉତ୍ତ୍ୟକ୍ତ ହୋଇ ପୋଲିସର ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏପରିକି ରାତି ୨ଟା ପର୍ଯ୍ୟନ୍ତ ପୋଲିସକୁ ନାକେଦମ୍ ହେବାକୁ ପଡିଛି । ଗ୍ରାମବାସୀ ମାନଙ୍କର ଗୋଟିଏ ଦାବି ଯଦି ଗୋଷ୍ଠୀ ସଂଘର୍ଷ ହେଉଛି ତାହା ହେଲେ ଗାଁ ବାହାରେ ହେଉ । ଗାଁ ତଥା ସାହିକୁ ଆସି ହଣାହଣି, ବୋମା ଫିଙ୍ଗିବା କାର୍ଯ୍ୟ ନ ହେଉ । ଏହା ସହ ଗାଁରେ ସିସିଟିଭି ବ୍ୟବସ୍ଥା ଓ ସାହି ବାସିନ୍ଦାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଉ ବୋଲି ବାଉରୀ ସାହି ବାସିନ୍ଦା ଦାବି କରିଛନ୍ତି ।
