ସାଙ୍ଗ ନେଇଗଲା ସାଙ୍ଗର ଜୀବନ,ସାଙ୍ଗ ଗିରଫ
ଟିଟିଲାଗଡ଼: ସାମାନ୍ୟ ଠେଲାକୁ କେନ୍ଦ୍ର କରି ସାଙ୍ଗ ନେଇଗଲା ସାଙ୍ଗର ଜୀବନ,ସାଙ୍ଗ ଗିରଫ l ଭଡାରେ ଆଣିଥିବା ଠେଲାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ବଚସା ହେବା ପରେ ହତ୍ୟା ରୂପ ନେଇଛି l
ଟିଟିଲାଗଡ଼: ସାମାନ୍ୟ ଠେଲାକୁ କେନ୍ଦ୍ର କରି ସାଙ୍ଗ ନେଇଗଲା ସାଙ୍ଗର ଜୀବନ,ସାଙ୍ଗ ଗିରଫ l ଭଡାରେ ଆଣିଥିବା ଠେଲାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ବଚସା ହେବା ପରେ ହତ୍ୟା ରୂପ ନେଇଛି l ସାମାନ୍ୟ ଠେଲାକୁ କେନ୍ଦ୍ର କରି ସାଙ୍ଗ ନେଇଗଲା ସାଙ୍ଗ ର ଜୀବନ। ଏଭଳି ଏକ ଜଘନ୍ୟ କାଣ୍ଡ ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରେ ଦେଖିବାକୁ ମିଳିଛି l ଟିଟିଲାଗଡ଼ ଜିଆରପି ପୋଲିସ ଶବକୁ ଜବତ କରିବା ସହ ହତ୍ୟାକାରୀ ସାଙ୍ଗକୁ ଗିରଫ କରିଛି l ଟିଟିଲାଗଡ଼ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଛି ଏକ ଅଭାବନୀୟ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ, ମୃତକ ସୁରଜ ଝାରସୁଗୁଡ଼ା ଜିଲ୍ଲା ଓ ଅଭିଯୁକ୍ତ ରାମକୁମାର ଛତିଶଗଡ଼ର ଜଙ୍ଗୀର-ଚାମ୍ପା ଜିଲ୍ଲାର ହସୋଦ ଅଞ୍ଚଳର l ଉଭୟ ଦୀର୍ଘ ଦିନ ହେଲା ଟିଟିଲାଗଡ଼ରେ ରହି କବାଡ଼ି ବା ପୁରୁଣା ଲୁହା-ଟିଣ, ପାଣି ବୋତଲ ସଂଗ୍ରହ କରି କ୍ରାପ କାମ କରି ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଗତ କିଛି ଦିନ ଧରି ସୁରଜ ରାମ କୁମାରର ପକେଟରୁ ଟଙ୍କା ନେଇ ମଦ ପିଉଥିବା ଯୋଗୁଁ ରାମ କୁମାର ସହ ତିକ୍ତତା ବଢିଥିଲା l ଗତକାଲି ରାତ୍ରିରେ ପୁଣିଥରେ ସାମାନ୍ୟ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଗତ ରାତିରେ ପୁଣିଥରେ ପରେ ସୁରଜ ରାମ କୁମାର ଆଣିଥିବା ଠେଲାକୁ ନେଇ ଯିବା କହିବାରୁ ଉତ୍ୟକ୍ତ ହୋଇ ରାମ କୁମାର ପାଖରେ ଥିବା ଏକ ପଥରରେ ସୁରଜକୁ ନୃଶଂସ ଭାବରେ ଛେଚି ଛେଚି ହତ୍ୟା କରିଥିଲା l ମୁଣ୍ଡରେ ଗଭୀର ଆଘାତ ତଥା ପ୍ରଚୁର ପରିମାଣରେ ରକ୍ତ ସ୍ରାବ ହେବା ଯୋଗୁଁ ଘଟଣା ସ୍ଥଳରେ ହି ସୁରଜର ମୃତ୍ୟୁ ଘଟିଥିଲା l ସାମାନ୍ୟ ବଚସା ଯୋଗୁଁ ଉଭୟ ସାଙ୍ଗଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହ ଜଣେ ଆଉ ଜଣଙ୍କର ଜୀବନ ନେବାକୁ ବି ପଛଇଲା ନାହିଁ l ଘଟଣା ସ୍ଥଳରେ ରେଳବାଇ ପୋଲିସ ଓ ଆରପିଏଫ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଭିଯୁକ୍ତ ରାମ କୁମାରକୁ ନେଇ ଜିଆରପି ପୋଲିସ ହତ୍ୟାକାଣ୍ଡର ସିନ ବି ରିକ୍ରିଏସନ କରିଛି l ହତ୍ୟାକାରୀକୁ ଶନିବାର ଦିନ କୋର୍ଟ ଚାଲାଣ କରାଯିବ ବୋଳି ଜିଆର ପି ପୋଲିସ ଅଧିକାରିଣୀ ସନ୍ତୋଷୀ ମହନ୍ତ କହିଛନ୍ତି l ଏହି ଘଟଣାକୁ ନେଇ ଏବେ ଟିଟିଲାଗଡ଼ ଅଂଚଳରେ ଚର୍ଚ୍ଚାର ବିଷୟ ସାଜିଛି l ସାମାନ୍ୟ କିଛି ଟଙ୍କା ପାଇଁ ଏତେ ବଡ଼ ଅପରାଧ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

