ଫିଫା ବିଶ୍ୱକପରେ ଇତିହାସ ରଚିଲା ଆମେରିକା
୪ ବର୍ଷ ପୂର୍ବରୁ କତାରରେ ଖେଳିଥିବା ବିଶ୍ୱକପରେ ନିଜର ୪ଟି ମ୍ୟାଚରେ ମୋଟ୍ ୩ଟି ଗୋଲ୍ କରିଥିଲା ଆମେରିକା
P
By Pradeep Kumar NayakPublished: Jun 13, 2026, 11:27 AM •1 min read •4 Views

ଫିଫା ବିଶ୍ୱକପରେ ଇତିହାସ ରଚିଲା ଆମେରିକା। ଓପନିଂ ମ୍ୟାଚରେ ପରାଗ୍ୱେକୁ ୪-୧ରେ ହରାଇ ବିଶ୍ୱକପରେ ନିଜର ବଡ଼ ଜିତ୍ ହାସଲ କରିଛି। ଏହା ପୂର୍ବରୁ ବିଶ୍ୱକପରେ ଆମେରିକା କେବେ ବି ୩ରୁ ଅଧିକ ଗୋଲ୍ କରିନଥିଲା। କେବଳ ଏତିକି ନୁହେଁ। ୩୨ ବର୍ଷ ପରେ ନିଜ ଘରେ ଓପନିଂ ମ୍ୟାଚ୍ ଜିତିଲା। ପ୍ରଥମାର୍ଦ୍ଧରେ ହିଁ ୩ ଗୋଲ ଦେଇସାରିଥିଲା ଆମେରିକା। ପ୍ରଥମାର୍ଦ୍ଧରେ ୩ ଗୋଲ୍ ଦେଇ ଆମେରିକା ନୂଆ କୀର୍ତ୍ତିମାନ ଅର୍ଜିଛି। ୪ ବର୍ଷ ପୂର୍ବରୁ କତାରରେ ଖେଳିଥିବା ବିଶ୍ୱକପରେ ନିଜର ୪ଟି ମ୍ୟାଚରେ ମୋଟ୍ ୩ଟି ଗୋଲ୍ କରିଥିଲା ଆମେରିକା। ନୂଆ କୋଚ୍ ମରିସିଓ ପୋଚେଟିନୋଙ୍କ ମାର୍ଗଦର୍ଶନରେ ଅଲଗା ଶୈଳୀରେ ଖେଳୁଥିବା ଆମେରିକା ଟିମ ନିଜ ଖେଳରେ ଷ୍ଟାଡିଅମରେ ଉପସ୍ଥିତ ୭୦ହଜାରରୁ ଉର୍ଦ୍ଧ୍ୱ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରାଗ୍ୱେ ପକ୍ଷରୁ ଏକମାତ୍ର ଗୋଲ୍ ୭୩ ମିନିଟରେ କରିଥିଲେ ମାରିସିଓ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...

