ବିଶ୍ୱକପର ବ୍ଲକବ୍ଲଷ୍ଟର ମୁକାବିଲା- ଆର୍ଜେଣ୍ଟିନା ବନାମ ସ୍ପେନ୍
କିଏ ହାତେଇବ ବିଶ୍ୱକପ। କିଏ ପିନ୍ଧିବ ବିଶ୍ୱବିଜୟୀର ମୁକୁଟ।ଟ୍ରଫି ପାଇଁ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ସ୍ପେନ୍। ୧୦୨ଟି ମୁକାବିଲା ପରେ ଶେଷରେ ଦୁଇ ଫାଇନାଲିଷ୍ଟ ଭାବେ ସ୍ପେନ ଓ ଆର୍ଜେଣ୍ଟିନା ଭିତରେ ବିଶ୍ୱବିଜୟୀ ଟ୍ରଫି ହାସଲ ଲାଗି ଜୋରଦାର ଲଢ଼େଇ ହେବ।

ଫିଫା ବିଶ୍ୱକପ ଫାଇନାଲରେ ବ୍ଲକବ୍ଲଷ୍ଟର ଲଢ଼େଇ। ଟ୍ରଫି ପାଇଁ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ସ୍ପେନ୍। ୧୦୨ଟି ମୁକାବିଲା ପରେ ଶେଷରେ ଦୁଇ ଫାଇନାଲିଷ୍ଟ ଭାବେ ସ୍ପେନ ଓ ଆର୍ଜେଣ୍ଟିନା ଭିତରେ ବିଶ୍ୱବିଜୟୀ ଟ୍ରଫି ହାସଲ ଲାଗି ଜୋରଦାର ଲଢ଼େଇ ହେବ। ଜୁନ୍ ୧୧ରୁ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପରେ ୪୮ ଟିମ ଅଂଶଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜ୍, ରାଉଣ୍ଡଅଫ-୩୨, ରାଉଣ୍ଡଅଫ-୧୬, କ୍ୱାର୍ଟର ଫାଇନାଲ, ସେମିଫାଇନାଲ ପରେ ଆଜି ପୁରା ବିଶ୍ୱର ନଜର। କିଏ ହାତେଇବ ବିଶ୍ୱକପ। କିଏ ପିନ୍ଧିବ ବିଶ୍ୱବିଜୟୀର ମୁକୁଟ। ସ୍ପେନ ଫିଫା ବିଶ୍ୱକପ ଇତିହାସକୁ ବଦଳାଇଦେଲା। ୯୬ ବର୍ଷ ପରେ ବିଶ୍ୱରେକର୍ଡ ରଚିଲା। କେବଳ ଏତିକି ନୁହେଁ। ମ୍ୟାଚରେ ଗୋଟିଏ ବି ଗୋଲ୍ ଖାଇନି ସ୍ପେନ୍। ୬ଟି କ୍ଲିନସିଟ୍ ହାସଲ କରଛି ସ୍ପେନ। ସ୍ପେନ୍ ନିଜ ଗୋଲପୋଷ୍ଟକୁ କ୍ଲିନ୍ ସିଟ୍ ରଖିବାର ରେକର୍ଡ ଭାଙ୍ଗିଦେଲା। ଏହା ପୂର୍ବରୁ ଏହି ରେକର୍ଡ ନେଦରଲ୍ୟାଣ୍ଡ (୧୯୭୪), ଇଟାଲୀ (୧୯୯୦), ବ୍ରାଜିଲ (୧୯୯୪), ଫ୍ରାନ୍ସ (୧୯୯୮) ଓ ସ୍ପେନ୍ (୨୦୧୦)ରେ ଥିଲା। ଏ ସବୁ ଟିମ୍ ନାଁରେ ୫ଟି କ୍ଲିନସିଟ୍ ରେକର୍ଡ ଥିଲା। ଗୋଲକିପର ଉନାଇ ସାଇମନଙ୍କୁ ନେଇ ସବୁଠି ଚର୍ଚ୍ଚା। ଉନାଇ ସାଇମନ ଲଗାତାର ୬୦୯ ମିନିଟ ଯାଏ ଗୋଲ୍ ନ ଖାଇବାର ଏକ ଅତୁଟ ବିଶ୍ୱରେକର୍ଡ ନିଜ ନାଁରେ କରିଛନ୍ତି। ସ୍ପେନ ବି ଦ୍ୱିତୀୟ ଥର ଫିଫା ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ୟୁରୋ ୨୦୦୮ର ଚାମ୍ପିଅନ। ଦକ୍ଷିଣ ଆଫ୍ରିକାର ଆୟୋଜିତ ୨୦୧୦ ବିଶ୍ୱକପ୍ ଜିତିଥିଲା। ୟୁରୋ ୨୦୨୪ରେ ଚାମ୍ପିଅନ ବି ଥିଲେ। ଏବେ ୧୬ ବର୍ଷ ପରେ ଫାଇନାଲରେ ପହଞ୍ଚି ବିଶ୍ୱବିଜୟୀ ହେବ ବୋଲି ପଣ କରିଛି ସ୍ପେନ। ଫ୍ରାନ୍ସକୁ ୨-୦ରେ ହରାଇଥିଲା। ଯେଉଁ ଫ୍ରାନ୍ସ ୨୦୨୨ ବିଶ୍ୱକପ ଫାଇନାଲ ଖେଳିଥିଲା। ଇଂଲଣ୍ଡକୁ ୨-୧ରେ ହରାଇ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଟିମ୍ ଦ୍ୱିତୀୟ ଥର ଫିଫା ଫାଇନାଲରେ ପହଞ୍ଚିଛି। ୭ ମିନିଟରେ ବଦଳିଯାଇଥିଲା ମ୍ୟାଚର ମୋଡ଼। ଦ୍ୱିତୀୟ ସେମିଫାଇନାଲରେ ଶେଷ ୭ ମିନିଟରେ ଆର୍ଜେଣ୍ଟିନା ଟିମ୍ ପ୍ରମାଣିତ କରିଥିଲା ଯେ, ସେ କାହିଁକି ଚାମ୍ପିଅନ। ସୀମିତ ମଉକା ଭିତରେ ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇପାରିନଥିଲା। ହେଲେ ଦ୍ୱିତୀୟାର୍ଦ୍ଧ ପୁରା କାହାଣୀକୁ ବଦଳାଇଦେଲା। ୫୫ ମିନିଟରେ ଇଂଲଣ୍ଡ ୧-୦ରେ ଆଗୁଆ ଥିଲା। ଏହା ପରେ ଆର୍ଜେଣ୍ଟିନା ଉପରେ ଚାପ ପଡ଼ିଥିଲା। ହେଲେ ୮୫ତମ ମିନିଟରେ ଆରମ୍ଭ ହୋଇଥିଲା ମେସିଙ୍କ ନେତୃତ୍ୱାଧୀନ ଟିମର କରାମତି। ଗଡ ଅଫ ଫୁଟବଲ କୁହାଯାଉଥିବା ମେସି ସମ୍ଭାଳିଥିଲେ କମାଣ୍ଡ। ଆଉ ଡିଫେଣ୍ଡର୍ସଙ୍କୁ ଦେଇଥିଲେ ଚକମା। ଇଂଲଣ୍ଡ ସହ ସେମିଫାଇନାଲରେ ଜିତ୍ ହାସଲ କରିଥିବା ଆର୍ଜେଣ୍ଟିନାର ୨ ଟି ଗୋଲ ମେସିଙ୍କ ଆସିଷ୍ଟ ବଳରେ ହୋଇପାରିଥିଲା। ଯେଉଁ ଦୁଇଟି ଗୋଲ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍ ଓ ଲଟାରୋ ମାର୍ଟିନେଜ କରିଥିଲେ। କତାରରେ ହୋଇଥିବା ୨୦୨୨ ଫିଫା ବିଶ୍ୱକପ ଚାମ୍ପିଅନ ସାଜିଥିଲା ଆର୍ଜେଣ୍ଟିନା। ଡ୍ରାମାଟିକ ଢଙ୍ଗରେ ଫ୍ରାନ୍ସକୁ ହରାଇଥିଲା। ୧୨୦ ମିନିଟ ଖେଳ ଭିତରେ ଉଭୟ ଟିମର ସ୍କୋର ୩-୩ରେ ଥିଲା। ଆଉ ପେନାଲଟି ସୁଟଆଉଟରେ ୪-୨ରେ ବାଜି ମାରିନେଇଥିଲା ଆର୍ଜେଣ୍ଟିନା। ଏହା ଆର୍ଜେଣ୍ଟିନାର ତୃତୀୟ ବିଶ୍ୱକପ ଥିଲା। ଟୁର୍ଣ୍ଣାମେଣ୍ଟର ବେଷ୍ଟ ପ୍ଲେୟାର ସାଜିଥିଲେ ମେସି। ଫ୍ରାନ୍ସର କିଲିୟନ ଏମ୍ୱାପ୍ପେ ହାଟ୍ରିକ ଗୋଲ କରିଥିଲେ। ମାତ୍ର ୨ ମିନିଟରେ ୨ଟି ଗୋଲ୍ କରି ଚମକାଇ ଦେଇଥିଲେ। ହେଲେ ଟିମକୁ ଜିତାଇପାରିଲେନି। ଟୁର୍ଣ୍ଣାମେଣ୍ଟରେ ୮ଟି ଗୋଲ ସହ ଟପ୍ ସ୍କୋରର ସାଜିଥିଲେ। ଜୁଲାଇ ୧୯କୁ ସମସ୍ତଙ୍କ ନଜର। ସ୍ପେନ ଦ୍ୱିତୀୟ ଥର ଇତିହାସ ଲେଖିବ ନା ଆର୍ଜେଣ୍ଟିନା କ୍ରମାଗତ ଦ୍ୱିତୀୟ ଥର ବିଶ୍ୱବିଜୟୀର ମୁକୁଟ ପିନ୍ଧି ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିବ। ୨୦୧୦ ମସିହାର ଫିଫା ବିଶ୍ୱକପ୍ରେ ସ୍ପେନ ଇତିହାସ ରଚି ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ୨୦୧୦ ଫାଇନାଲ୍ରେ ନେଦରଲ୍ୟାଣ୍ଡକୁ ୧-୦ ଗୋଲରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ସ୍ପେନ। ନିର୍ଦ୍ଧାରିତ ୯୦ ମିନିଟ୍ରେ ଉଭୟ ଦଳ କୌଣସି ଗୋଲ କରିପାରିନଥିଲେ। ଫଳରେ ମ୍ୟାଚ୍ଟି ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟର ୧୧୬ତମ ମିନିଟ୍ରେ ଗୋଲ ହୋଇଥିଲା। ସ୍ପେନର ଅଧିନାୟକ ଇକର କାସିଆସଙ୍କ ଚମତ୍କାର ଗୋଲକିପିଂ ଏବଂ ଦଳର ସୁଦୃଢ଼ ରକ୍ଷଣଭାଗ ନେଦରଲ୍ୟାଣ୍ଡର ଆକ୍ରମଣକୁ ବିଫଳ କରିଥିଲା। ଏହି ଫାଇନାଲ୍କୁ ବିଶ୍ୱକପ୍ ଇତିହାସର ସବୁଠାରୁ କଠିନ ଓ ଶାରୀରିକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ମାନଙ୍କ ମଧ୍ୟରୁ ଗଣାଯାଏ। ମ୍ୟାଚ୍ରେ ମୋଟ ୧୪ଟି ହଳଦିଆ କାର୍ଡ ଓ ନେଦରଲ୍ୟାଣ୍ଡର ଜନ୍ ହେଇଟିଙ୍ଗାଙ୍କୁ ଗୋଟିଏ ଲାଲ୍ କାର୍ଡ ଦେଖାଯାଇଥିଲା।
