ଫିଫା ଇତିହାସରେ ପ୍ରଥମ- ବିଜୟୀ ଟିମକୁ ମିଳିବ ସ୍ପେଶିଆଲ ରିଂ
ଏହି ରିଂ ଫିଫା ବିଶ୍ୱକପ୍ ଟ୍ରଫି ଆକୃତିର ହେବ। ବିଜୟୀ ଟିମର ପରିଚୟ ଅନୁସାରେ ଏହାକୁ ବିଶେଷ ଡିଜାଇନ କରାଯିବ। ରିଂର ଗୋଟିଏ ପଟେ ଫିଫା ବିଶ୍ୱକପ ଟ୍ରଫିର ଡିଜାଇନ ତ ଅନ୍ୟ ପଟେ ଟିମ ପରିଚୟକୁ ଦର୍ଶାଇବାକୁ କଷ୍ଟମାଇଜଡ ଡିଜାଇନ ରହିବ। ସମସ୍ତ ରିଂକୁ ଅଲଗା ଅଲଗା ନମ୍ୱର ଦିଆଯିବ।

ଫିଫା ବିଶ୍ୱକପ ବିଜୟୀ ଟିମକୁ ମିଳିବ ଚାମ୍ପିଅନସିପ୍ ରିଙ୍ଗ୍। ଫିଫା ବିଶ୍ୱକପ୍ ଇତିହାସରେ ଏହା ପ୍ରଥମ ଥର ଦିଆଯିବ। ବିଶ୍ୱକପ-୨୦୨୬ର ବିଜୟୀ ଟିମକୁ ଏଥର ଟ୍ରଫି ଓ ଗୋଲ୍ଡ ମେଡାଲ ସହ ମିଳିବ ସ୍ୱତନ୍ତ୍ର ଚାମ୍ପିଅନସିପ୍ ରିଂ। ଏହି ଘୋଷଣା ଫୁଟବଲ ଦୁନିଆରେ ଏକ ନୂଆ ପରମ୍ପରାକୁ ଆରମ୍ଭ କରିବ। ସ୍ପେନ ଓ ଆର୍ଜେଣ୍ଟିନା ଭିତରେ ଜୁଲାଇ ୧୯ରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ। ଫିଫା ମୋଟ୍ ୨୦୨୬ ଚାମ୍ପିଅନସିପ ରିଂ କରିବ। ଏଥିରୁ ୩୦ଟି ରିଂ ବିଜେତା ଟିମର ଖେଳାଳୀ ଓ ଷ୍ଟାଫକୁ ଦିଆଯିବ। ଆଉ ବାକି ୧୯୯୬ ରିଂ ଦୁନିଆରେ ଥିବା ଫୁଟବଲ ପ୍ରଶଂସକଙ୍କ ଲାଗି ଅଧିକାରୀକ ଲାଇସେନ୍ସପ୍ରାପ୍ତ ଉତ୍ପାଦ ଭାବେ ଉପଲବ୍ଧ କରାଯିବ। ଏହି ରିଂ ଫିଫା ବିଶ୍ୱକପ୍ ଟ୍ରଫି ଆକୃତିର ହେବ। ବିଜୟୀ ଟିମର ପରିଚୟ ଅନୁସାରେ ଏହାକୁ ବିଶେଷ ଡିଜାଇନ କରାଯିବ। ରିଂର ଗୋଟିଏ ପଟେ ଫିଫା ବିଶ୍ୱକପ ଟ୍ରଫିର ଡିଜାଇନ ତ ଅନ୍ୟ ପଟେ ଟିମ ପରିଚୟକୁ ଦର୍ଶାଇବାକୁ କଷ୍ଟମାଇଜଡ ଡିଜାଇନ ରହିବ। ସମସ୍ତ ରିଂକୁ ଅଲଗା ଅଲଗା ନମ୍ୱର ଦିଆଯିବ। ଖେଳାଳୀଙ୍କ ଅନୁସାରେ କଷ୍ଟମ ଫିଟ୍ ହେବ ଓ ଏହା ସହ ପ୍ରାଧିକୃତ ସାର୍ଟିଫିକେଟ ବି ଦିଆଯିବ। ଫାଇନାଲ ମ୍ୟାଚ୍ ସରିବା ମାତ୍ରେ ବିଜେତା ଟିମର କ୍ୟାପଟେନ୍ ଓ ମୁଖ୍ୟ କୋଚଙ୍କୁ ପ୍ରତୀକାତ୍ମକ ଭାବେ ଅସ୍ଥାୟୀ ରିଂ ଦିଆଯିବ। ଏହା ପରେ ଖେଳାଳୀଙ୍କ ଅଙ୍ଗୁଳି ମାପ ଅନୁସାରେ କଷ୍ଟମାଇଜଡ ହୋଇଥିବା ସ୍ଥାୟୀ ରିଂ ତିଆରି କରାଯିବ। ଏହାକୁ ପରେ ଅଧିକାରୀକ ସମାରୋହରେ ପ୍ରଦାନ କରାଯିବ।
