ସ୍ପେନର ନାୟକ ସାଜିଲେ ଫେରାନ୍
ବିଶ୍ୱକପ୍ ୨୦୨୬ ଫାଇନାଲରେ ସ୍ପେନର ନାୟକ ଭାବେ ଉଭା ହୋଇଛନ୍ତି। ଆର୍ଜେଣ୍ଟିନା ବିପକ୍ଷ ରୋମାଞ୍ଚକର ଫାଇନାଲରେ ସେ ଅତିରିକ୍ତ ସମୟର ୧୦୬ତମ ମିନିଟରେ ଏକମାତ୍ର ଗୋଲ୍ କରି ସ୍ପେନକୁ ୧-୦ରେ ବିଜୟୀ କରିଥିଲେ।

କିଏ ସେ ସ୍ପେନିଶ୍ ହିରୋ। ଯାହାଙ୍କ ଗୋଟିଏ ଗୋଲ ମେସିଙ୍କ ସ୍ୱପ୍ନକୁ ଚୁରମାର କରିଦେଲା। କିଏ ଫେରାନ ଟାରେସ। ଯାହାଙ୍କୁ ପ୍ରାରମ୍ଭିକ ଲାଇନଅପରେ ମିଳିନଥିଲା ଜାଗା। ଆଉ ଯିଏ ସ୍ପେନକୁ ୧୬ ବର୍ଷ ପରେ ବିଶ୍ୱକପ ବିଜୟୀ କରିବାରେ ସାଜିଲେ ମୁଖ୍ୟ ହିରୋ। ରବିବାର ବିଳମ୍ୱିତ ରାତିରେ ସ୍ପେନ ଯେଉଁ ଇତିହାସ ରଚିଲା। ଇତିହାସର ସ୍ୱର୍ଣ୍ଣାକ୍ଷରରେ ଟାରେସଙ୍କ ନାଁ ଲିପିବଦ୍ଧ ରହିଗଲା। ୧୦୬ ମିନିଟରେ ନିକୋ ଓ୍ୱିଲିୟମ୍ସଙ୍କ ପାସକୁ ଗୋଲରେ ପରିଣତ କରିଥିଲେ ଫେରାନ୍। ଏକ୍ସଟ୍ରା ଟାଇମରେ କମାଲ କରିଦେଲେ ଫେରାନ। ୨୦୧୦ରେ ବି ବିଶ୍ୱବିଜୟୀ ସ୍ପେନ ଟିମ୍ ଅତିରିକ୍ତ ସମୟରେ ହିଁ ଗୋଲ କରିଥିଲା। ସ୍ପେନର ଏହି ଷ୍ଟ୍ରାଇକର ଦ୍ରୁତ ଗତି, ଅଫ୍ ଦି ବଲ ମୁଭମେଣ୍ଟ ଓ ଅନେକ ଆଟାକିଂ ପୋଜିସନରେ ଖେଳିବାର କ୍ଷମତା ରଖନ୍ତି। ସେ କ୍ଲବ ଫୁଟବଲରେ ବାର୍ସିଲୋନା ପାଇଁ ଖେଳନ୍ତି। ଆର୍ଜେଣ୍ଟିନା ବିରୁଦ୍ଧରେ ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲରେ ତାଙ୍କୁ ଆଗ ୧୧ ଜଣିଆ ତାଲିକାରେ ସ୍ଥାନ ଦିଆଯାଇନଥିଲା। ହେଲେ ସବଷ୍ଟିଚ୍ୟୁଟ ବା ବଦଳ ଖେଳାଳୀ ଭାବେ ମୈଦାନକୁ ଓହ୍ଲାଇଲେ ଆଉ ଇତିହାସ ରଚିଦେଲେ। ୨୬ ବର୍ଷୀୟ ଫେରାନ ୨୦୧୭ରେ ସିନିୟର ଟିମ୍ ପାଇଁ ଡେବ୍ୟୁ କରିଥିଲେ। ସେ ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଖେଳାଳୀ ସାଜିଲେ ଯିଏ ଲା ଲିଗାରେ ଓ୍ୱଲୋର୍ସିଆ ପାଇଁ ଖେଳିଥିଲେ। ଜାନୁଆରୀ ୨୦୨୨ରେ ସେ ବାର୍ସିଲୋନା ସହ ଜଡ଼ିତ ହେଲେ। ବିଶ୍ୱକପ୍ ୨୦୨୬ ଫାଇନାଲରେ ସ୍ପେନର ନାୟକ ଭାବେ ଉଭା ହୋଇଛନ୍ତି। ଆର୍ଜେଣ୍ଟିନା ବିପକ୍ଷ ରୋମାଞ୍ଚକର ଫାଇନାଲରେ ସେ ଅତିରିକ୍ତ ସମୟର ୧୦୬ତମ ମିନିଟରେ ଏକମାତ୍ର ଗୋଲ୍ କରି ସ୍ପେନକୁ ୧-୦ରେ ବିଜୟୀ କରିଥିଲେ। ଏହି ବିଜୟ ସହ ସ୍ପେନ ୨୦୧୦ ପରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଟ୍ରଫି ଜିତିଛି। ମ୍ୟାଚ୍ ପରେ ଫେରାନ୍ ଟୋରେସ କହିଥିଲେ, "ଆଜିର ବିଜୟ ଭାଗ୍ୟରେ ଲେଖା ଥିଲା। ଏହି ଗୋଲ୍ କେବଳ ମୋର ନୁହେଁ, ସମଗ୍ର ସ୍ପେନର ୪୭ ମିଲିୟନ୍ ଲୋକଙ୍କର।" ସେ ଏହି ଐତିହାସିକ ବିଜୟକୁ ସ୍ପେନର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ। ତେବେ ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜ୍ ଅନେକ ଚମତ୍କାର ସେଭ୍ କରିଥିଲେ। ଶେଷରେ ପେଡ୍ରୋ ପୋରୋଙ୍କ କ୍ରସ୍ ଏବଂ ନିକୋ ୱିଲିଆମ୍ସଙ୍କ ହେଡର ପରେ ମିଳିଥିବା ସୁଯୋଗକୁ ଫେରାନ୍ ଟୋରେସ ଗୋଲ୍ରେ ପରିଣତ କରି ବିଜୟ ସୁନିଶ୍ଚିତ କରିଥିଲେ।
