Tractor Accident ; ଟ୍ରାକ୍ଟର ଚକା ତଳେ ଚାଲିଗଲା ଜୀବନ
ମୁରୁମ୍ ବୋଝେଇ ଟ୍ରାକ୍ଟର ଓଲଟି ଚକା ତଳେ ଚାପି ହୋଇ ପଡ଼ିଆ ପଞ୍ଚାୟତର ଗୋଲାଗୁଡ଼ା ଗ୍ରାମର ୩୦ ବର୍ଷୀୟ ଡ୍ରାଇଭର ଶଙ୍କର କୋଷାରୀୟାଙ୍କ ମୃତ୍ୟୁ। ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
S
By Swarna Prava GiriPublished: Oct 3, 2026, 08:34 PM •1 min read •4 Views

ମୁରୁମ୍ ବୋଝେଇ ଟ୍ରାକ୍ଟର ଓଲଟିଲା, ଚକା ତଳେ ଚାପି ଚାଲିଗଲା ଡ୍ରାଇଭରଙ୍କ ଜୀବନ | ମୃତକ ହେଲେ ଗୋଲାଗୁଡ଼ା ଗ୍ରାମର ଶଙ୍କର କୋଷାରୀୟା (୩୦)। ପିତାଙ୍କ ନାମ ମଂଗତୁ କୋଷାରୀୟା | ମିଳିଥିବା ସୂଚନା ଅନୁଯାୟୀ, ଗୋଲାଗୁଡ଼ା ପାମଗେଟାରୁ ଗୋଲାଗୁଡ଼ା ଯିବା ରାସ୍ତା ମଝିରେ ଥିବା କୋଲବେଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ଶଙ୍କର ଏକ ଟ୍ରାକ୍ଟରରେ ମୁରୁମ୍ ନେଇ ଯାଉଥିବା ସମୟରେ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିବା ସହ ଶଙ୍କର ଚକା ତଳେ ଚାପି ହୋଇଯାଇଥିଲେ । ଖବର ପାଇ ପଡ଼ିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଇ ଶଙ୍କରଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
Comments0
Leave a Reply
Loading comments...
