ଗରିଆବନ୍ଦ ଜଙ୍ଗଳରେ ବଡ଼ ମାଓ ସାମଗ୍ରୀ ଜବତ
ନୂଆପଡା: ଓଡ଼ିଶା-ଛତିଶଗଡ ସୀମାନ୍ତ ଗରିଆବନ୍ଦ ଜିଲ୍ଲା ମେନପୁର ଥାନା ଅନ୍ତର୍ଗତ ତତଲାପାନି ଜଙ୍ଗଳରେ ସିଆରପିଏଫ ଓ ଛତିଶଗଡ ପୋଲିସ ମିଳିତ କୁମ୍ବିଙ୍ଗ ଅପରେସନରେ ବଡ଼ ପରିମାଣର ମାଓ ସାମଗ୍ରୀ ଜବତ ।
B
By BHAKTILATA BARALPublished: Jun 13, 2026, 12:29 PM •1 min read •0 Views

ନୂଆପଡା: ଗରିଆବନ୍ଦ ଜଙ୍ଗଳରେ ବଡ଼ ମାଓ ସାମଗ୍ରୀ ଜବତ । ଓଡ଼ିଶା-ଛତିଶଗଡ ସୀମାନ୍ତ ଗରିଆବନ୍ଦ ଜିଲ୍ଲା ମେନପୁର ଥାନା ଅନ୍ତର୍ଗତ ତତଲାପାନି ଜଙ୍ଗଳରେ ସିଆରପିଏଫ ଓ ଛତିଶଗଡ ପୋଲିସ ମିଳିତ କୁମ୍ବିଙ୍ଗ ଅପରେସନ ସମୟରେ ବଡ଼ ପରିମାଣର ମାଓ ସାମଗ୍ରୀ ଜବତ । ସୂଚନା ଅନୁଯାୟୀ, ମାଓବାଦୀମାନେ ଜଙ୍ଗଳ ଭିତରେ ପୋତି ରଖିଥିବା ଆଇଇଡି, ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ୪ ରୁ ୫ କେଜି ଓଜନର ଆଇଇଡି, ଗୋଟିଏ ରାଇଫଲ ଏବଂ ରାଇଫଲ ମାଗାଜିନ ସହ ବିପୁଳ ପରିମାଣର ବିସ୍ଫୋରକ ରହିଛି। ପରେ ସୁରକ୍ଷା ବଳ ପକ୍ଷରୁ ଦୁଇଟି ଆଇଇଡିକୁ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅଞ୍ଚଳରେ ସିଆରପିଏଫ ଓ ଛତିଶଗଡ ପୋଲିସ ମିଳିତରେ ସର୍ଚ୍ଚ ଅପରେସନ ଜାରି ରହିଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
