ରାଜ୍ୟପାଳଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟପାଳଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ।
S
By Subhadra DasPublished: Jun 15, 2026, 04:06 PM •1 min read •20 Views

ଭୁବନେଶ୍ୱର: ରାଜ୍ୟର ସାଂବିଧାନିକ ମୁଖ୍ୟ ରାଜ୍ୟପାଳଙ୍କ ଜନ୍ମଦିନ ଅବସରରେ ଆଜି ଲୋକସେବା ଭବନ ପରିସରରେ ଏକ ସୌହାର୍ଦ୍ୟପୂର୍ଣ୍ଣ ଓ ଗରିମାମୟ ପରିବେଶ ସୃଷ୍ଟି ହୋଇଥିଲା। ଆଜି ସକାଳୁ ସକାଳୁ ବିଭିନ୍ନ ବର୍ଗର ଲୋକ, ସରକାରୀ ଅଧିକାରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟପାଳଙ୍କୁ ହୃଦୟର ଅନ୍ତସ୍ଥଳରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ନିରନ୍ତର ଜନସେବାମୂଳକ କାର୍ଯ୍ୟ ପାଇଁ ଶୁଭକାମନା ବ୍ୟକ୍ତ କରିଥିଲେ। ଏହାସହ ସୋସିଆଲ ମିଡିଆରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ରିପୋର୍ଟ - ସମ୍ପଦା ମିଶ୍ର
S
Subhadra DasContent Writer
Comments0
Leave a Reply
Loading comments...
