ଜିଓ ମୋବାଇଲ୍ ଟାୱାରରୁ କେବୁଲ୍ ତାର ଚୋରୀ, ଦୁଇ ଗିରଫ
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦଲଦଳି ଗାଁରେ ଥିବା ଏକ ଜିଓ ମୋବାଇଲ୍ ଟାୱାରରୁ କେବୁଲ୍ ତାର ଚୋରୀ ହୋଇଥିବା ନେଇ ଅଭିଯୋଗ,ଦୁଇ ଅଭିଯୁକ୍ତ ଗିରଫ
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦଲଦଳି ଗାଁରେ ଥିବା ଏକ ଜିଓ ମୋବାଇଲ୍ ଟାୱାରରୁ କେବୁଲ୍ ତାର ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଚୋରୀ କରିବା ସମୟରେ ଚୋରମାନେ ବ୍ୟସ୍ତତା ଭିତରେ ଘଟଣାସ୍ଥଳରେ ଚୋର ଛାଡ଼ି ଯାଇଥିବା ବାଇକ୍ ଓ ଚପଲକୁ ଆଧାର କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ତମ୍ବା ତାର ମଧ୍ୟ ଜବତ କରଛି । ଚୋରୀ ହୋଇଥିବା ନେଇ ଅଭିଯୋଗ ଆଧାରରେ ଲଖନା ଓ କୋମନା ପୋଲିସର ମିଳିତ ସହଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଘଟଣାର ସଫଳ ପର୍ଦ୍ଦାଫାଶ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ପୋଲିସ ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରାୟ ୫୪ କେଜି ଓଜନର ଚୋରୀ ହୋଇଥିବା ତମ୍ବା ତାର ଜବତ କରିଛି। ଏହି ଗ୍ୟାଙ୍ଗରେ ଆଉ ଜଣେ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣକ ଫେରାର ଅଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଫେରାର ଥିବା ଚୋରକୁ ପୋଲିସ କେତେ ଶୀଘ୍ର ଗିରଫ କରୁଛି, ତାହା ଦେଖିବାକୁ ବାକି ରହିଲା।
