BJP Worker Killed:ଚା ପିଇବାକୁ ଯାଇଥିଲେ, ପିଟି ପିଟି ବିଜେପି କର୍ମୀଙ୍କୁ ମାରିଦେଲେ
ଯେମିତିକା ସମସ୍ତେ ଚା ଦୋକାନରେ ବସିଥିଲେ, ଅଚାନକ ଅଜ୍ଞାତ ଲୋକେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ପଳାଇ ଯେନେତେନ ପ୍ରକାର ସିନା ବର୍ତ୍ତିଗଲେ ଜଫର। ହେଲେ ଫସିଗଲେ ସମଶେର

ମେଦିନିପୁରରେ ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା। ଦୁଇ ଗୋଷ୍ଠୀର ଝଗଡ଼ାରେ ବଳିପଡ଼ିଲେ ୩୨ ବର୍ଷୀୟ ବିଜେପି କର୍ମୀ ସମଶେର ବିଶ୍ୱାସ। ଆଜି ସକାଳେ ମେଦିନିପୁରର ହାଥିହାଲକର ଏରିଆରେ ଏ ଘଟଣା ଘଟିଛି। ସମଶେରଙ୍କୁ ଗୁରୁତର ଅବସ୍ଥାରେ ମେଦିନିପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜେପିର ଦୁଇ ଗୋଷ୍ଠୀ ଭିତରେ ଝଗଡ଼ାର ଏହା ପରିଣତି ବୋଲି କହିଛି ପୁଲିସ। ଦଳର ନୂଆ ଓ ପୁରୁଣା ଗୋଷ୍ଠୀ ସଂଘର୍ଷର ପ୍ରତିଫଳନ। ସିସିଟିଭି ଫୁଟେଜକୁ ତନାଘନା କରୁଛି ପୁଲିସ। ଏଥିରେ ସାମିଲ ଲୋକଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଚଢ଼ାଉ କରୁଛି ପୁଲିସ। ଏରିଆରେ ଉତ୍ତେଜନା ଥିବାରୁ ପୁଲିସ ଅଧିକ ଫୋର୍ସ ମୁତୟନ କରିଛି। ସମଶେର ଥିଲେ ବିଜେପିର ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା। ସକାଳୁ ସକାଳୁ ଚା ପିଇବାକୁ ଯାଇଥିଲେ ସମଶେର। ଆଉ ଅଚାନକ ତାଙ୍କ ଉପରେ କିଛି ଅଜ୍ଞାତ ଲୋକେ ବାଡ଼ି ଓ ଛୁରୀରେ ଆକ୍ରମଣ କରିଥିଲେ ପ୍ରତିପକ୍ଷ ଗୋଷ୍ଠୀ। ବିଜେପି ନେତା ସନ୍ଦୀପ କରଣଙ୍କ ଅନୁସାରେ ଆକ୍ରମଣକାରୀ ଟିଏମସି ସହ ଜଡ଼ିତ ନଚେତ ନୂଆ ବିଜେପି ସଦସ୍ୟ। ସ୍ଥାନୀୟ ବିଜେପି ନେତ ଜଫର ବିଶ୍ୱାସ ନିଜ ପୁତୁରା ସମଶେରଙ୍କ ସହ କଦମତାଲ ବଜାରକୁ ଚା ପିଇବାକୁ ଯାଇଥିଲେ। ସାଙ୍ଗରେ ଆଉ କିଛି ବିଜେପି କର୍ମୀ ବି ଥିଲେ। ଯେମିତିକା ସମସ୍ତେ ଚା ଦୋକାନରେ ବସିଥିଲେ, ଅଚାନକ ଅଜ୍ଞାତ ଲୋକେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ପଳାଇ ଯେନେତେନ ପ୍ରକାର ସିନା ବର୍ତ୍ତିଗଲେ ଜଫର। ହେଲେ ଫସିଗଲେ ସମଶେର। ଆଉ ସମଶେରଙ୍କୁ ପିଟି ପିଟି ମାରିଦେଲେ।
