ବାଲିଗୁଡା ପୋଲିସକୁ ସଫଳତା, ୫ ଡକାୟତଙ୍କୁ ବାନ୍ଧିଲା ପୋଲିସ
ବାଲିଗୁଡା ପେଲିସକୁ ମିଳିଲା ବଡ ସଫଳତା। ୫ ଡକାୟତଙ୍କୁ ବାନ୍ଧିଲା କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ। ସୂଚନା ଅନୁସାରେ, କନ୍ଧମାଳ ବାଲିଗୁଡା ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ, ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍

ବାଲିଗୁଡା ପେଲିସକୁ ମିଳିଲା ବଡ ସଫଳତା। ୫ ଡକାୟତଙ୍କୁ ବାନ୍ଧିଲା କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ। ସୂଚନା ଅନୁସାରେ, କନ୍ଧମାଳ ବାଲିଗୁଡା ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ, ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍। ସୂଚନା ଅନୁସାରେ, ରବିବାର ୮ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ଅଜୟ କୁମାର ନାମକ ବ୍ୟକ୍ତି ନିଜ ମୋଟରସାଇକେଲ ଯୋଗେ ବାରଖମାରୁ ବାହାରି କୌଣସି କାମରେ ବଲାଙ୍ଗୀର ଯାଉଥିଲେ । ଯିବା ବାଟରେ ଡାବୁଡାକା ଘାଟିରେ ଦୁଇଟି ମୋଟରସାଇକେଲରେ ୫ଜଣ ଦୁର୍ବୃତ୍ତ ହଠାତ୍ ଆସି ଅଜୟ କୁମାରଙ୍କୁ ଅଟକାଇ ମାଡ଼ ମାରିବା ସହ ସେ ଧରିଥିବା ନଗଦ ୨୦ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ତାଙ୍କ Hero HF Deluxe ମୋଟରସାଇକେଲ ଛଡ଼ାଇ ନେଇଯାଇଥିଲେ । ଘଟଣାସ୍ଥଳରୁ ଆହତ ଅବସ୍ଥାରେ ଅଜୟ କୁମାର ଫେରି ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପରେ ପୋଲିସ ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ତୁରନ୍ତ ପଦକ୍ଷେପ ନେବା ସହ ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍, ୪ଟି ମୋବାଇଲ୍ ଫୋନ୍ ସମେତ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳର ଅଜିତ୍ ସାହୁ ଓ ଆଶିଷ ପଟେଲ, ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ରାଜନାଥ ଅମାତ୍, ସୁବର୍ଣ୍ଣପୁର ଜିଲ୍ଲା S.ରାମପୁର ଥାନା ଅଞ୍ଚଳର ରିତିକ୍ ଖମାରୀ ଓ ଶିବ ପଟେଲ୍ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି… ।
