ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଆଜିଙ୍କ୍ୟ ରାହାଣେ
ଆଜି ତାଙ୍କୁ ଲାଗୁଛି ଯେ, ସେ ଇଣ୍ଟରନାସନାଲ କ୍ରିକେଟ ଓ ସମସ୍ତ ଫର୍ମାଟରୁ ସନ୍ୟାସ ନେବାର ଉପଯୁକ୍ତ ସମୟ ଆସିଛି। ସନ୍ୟାସ ଘୋଷଣା ପରେ ନିଜର ଭବିଷ୍ୟତ ଯୋଜନା ବାବଦରେ ବି ସ୍ପଷ୍ଟ କରିଛନ୍ତି ଆଜିଙ୍କ୍ୟ। ସେ ଜଣେ ଭାରତୀୟ କ୍ରିକେଟର ଭାବେ ତାଙ୍କର ଅଧ୍ୟାୟ ହୁଏତ ସମାପ୍ତ ହୋଇଯାଇଛି। କିନ୍ତୁ ଖେଳ ସହ ତାଙ୍କର ଯାତ୍ରା ଜାରି ରହିବ। ସେ ପରବର୍ତ୍ତୀ ପୀଢ଼ିଙ୍କୁ ସହଯୋଗ କରିବେ।

ଜୀବନରେ ନିଛକ ସତ ହେଲା ଯେ, ସବୁ କଥାର ଆରମ୍ଭ ଥାଏ ଓ ଏହାର ଅନ୍ତ ବି ହୋଇଥାଏ। ସେଥିଲାଗି ସମୟକୁ ସମ୍ମାନ ଦେଇ ଆଗକୁ ବଢ଼ିବାକୁ ପଡ଼ିବ। ଏଭଳି ଭାବବିହ୍ୱଳ ଭିଡ଼ିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଆଜିଙ୍କ୍ୟ ରାହାଣେ। ଆଜିଙ୍କ୍ୟ କହିଛନ୍ତି, ସେ ନିଜର ବ୍ୟାଟିଂରେ ସବୁବେଳେ ଟାଇମିଂ ଉପରେ ଭରସା କରିଆସିଛନ୍ତି ଓ ଏହାର ମହତ୍ତ୍ୱ ବୁଝିଛନ୍ତି। ଆଜି ତାଙ୍କୁ ଲାଗୁଛି ଯେ, ସେ ଇଣ୍ଟରନାସନାଲ କ୍ରିକେଟ ଓ ସମସ୍ତ ଫର୍ମାଟରୁ ସନ୍ୟାସ ନେବାର ଉପଯୁକ୍ତ ସମୟ ଆସିଛି। ସନ୍ୟାସ ଘୋଷଣା ପରେ ନିଜର ଭବିଷ୍ୟତ ଯୋଜନା ବାବଦରେ ବି ସ୍ପଷ୍ଟ କରିଛନ୍ତି ଆଜିଙ୍କ୍ୟ। ସେ ଜଣେ ଭାରତୀୟ କ୍ରିକେଟର ଭାବେ ତାଙ୍କର ଅଧ୍ୟାୟ ହୁଏତ ସମାପ୍ତ ହୋଇଯାଇଛି। କିନ୍ତୁ ଖେଳ ସହ ତାଙ୍କର ଯାତ୍ରା ଜାରି ରହିବ। ସେ ପରବର୍ତ୍ତୀ ପୀଢ଼ିଙ୍କୁ ସହଯୋଗ କରିବେ। ଖେଳର ମୂଲ୍ୟବୋଧକୁ ସେୟାର କରିବା ସହ କହିଛନ୍ତି ସେ ଖେଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯିଏ ତାଙ୍କୁ ସବୁ କିଛି ଦେଇଛି। ୩ ବର୍ଷ ଧରି ଟିମରୁ ବାହାରେ ଥିଲେଆଜିଙ୍କ୍ୟ। ଖରାପ ପ୍ରଦର୍ଶନ ଲାଗି ଟିମ୍ ଇଣ୍ଡିଆରେ ଜାଗା ମିଳୁନଥିଲା। ଭାରତ ଲାଗି ଓ୍ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟେଷ୍ଟ ଜୁଲାଇ ୨୦,୨୦୨୩ରେ ଖେଳିଥିଲେ। ଶେଷ ଓ୍ୱାନ-ଡେ ୨୦୧୮ ଓ ଶେଷ ଟି-ଟ୍ୱେଣ୍ଟି ୨୦୧୬ରେ ଖେଳିଥିଲେ। ରାହାଣେଙ୍କ କ୍ୟାପଟେନସିପରେ ଭାରତ ଜିତିଥିଲା ବର୍ଡର ଗାଭାସ୍କର ଟେଷ୍ଟ ସିରିଜ। ରାହାଣେଙ୍କ କ୍ୟାରିଅରର ସବୁଠୁ ସ୍ୱର୍ଣ୍ଣିମ ଅଧ୍ୟାୟ ୨୦୨୦-୨୧ରେ ଅଷ୍ଟ୍ରେଲିଆ ଗସ୍ତ ବେଳେ ଲେଖାଯାଇଥିଲା। ଆଡିଲେଟ୍ ଟେଷ୍ଟରେ ଭାରତ ୩୬ ରନରେ ଅଲଆଉଟ ହେବା ଓ ବିରାଟ କୋହଲିଙ୍କ ଫେରିଯିବା ପରେ ରାହାଣେ କ୍ୟାପେଟନସିପ୍ ସମ୍ଭାଳିଥିଲେ। ମେଲବୋର୍ଣ୍ଣରେ ଶତକ ଲଗାଇ ସେ ଭାରତୀୟଙ୍କ ହୃଦୟ ଜିତିଥିଲେ ଓ ସିରିଜକୁ ୧-୧ରେ ସମାନ କରିଥିଲେ। ରାହାଣେଙ୍କ କ୍ୟାପେଟନସିପରେ ଗାବାରେ ଐତିହାସିକ ଜିତ୍ ହାସଲ କରି ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଅଷ୍ଟ୍ରେଲିଆର ୩୨ ବର୍ଷର ପୁରୁଣା ଅପରାଜେୟ ରେକର୍ଡକୁ ଭାଙ୍ଗିଥିଲା ଭାରତ। ରାହାଣେ ୨୦୧୧ରେ ଇଣ୍ଟରନାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ସେପ୍ଟେମ୍ୱର ୩, ୨୦୧୧ରେ ପ୍ରଥମ ଓ୍ୱାନ-ଡେ ଖେଳିଥିଲେ। ଅଗଷ୍ଟ ୩୧, ୨୦୧୧ରେ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳିଥିଲେ। ଟେଷ୍ଟ କ୍ରିକେଟରେ ମାର୍ଚ୍ଚ ୨୨, ୨୦୧୩ରେ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ଓ୍ୱାନ-ଡେରେ ନିଜର ଶେଷ ମୁକାବିଲା ଫେବୃଆରୀ ୧୬, ୨୦୧୮ରେ ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିଥିଲେ। ଲାଡରହିଲରେ ଓ୍ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଅଗଷ୍ଟ ୨୮, ୨୦୧୬ରେ ଶେଷ ଟି-ଟ୍ୱେଣ୍ଟି ଖେଳିଥିଲେ। ଭାରତୀୟ ଟିମର କ୍ୟାପଟେନ ବି ଥିଲେ। ରାହାଣେ କ୍ରିକେଟର ୩ଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆର କ୍ୟାପଟେନସିପ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ୬ ମ୍ୟାଚରେ ସେ କ୍ୟାପଟେନ ଥିଲେ। ଏଥିରୁ ୪ଟି ଜିତିବା ସହ ୨ଟି ଡ୍ର ରଖିଥିଲେ। ଓ୍ୱାନ-ଡେରେ ୩ଟି ମ୍ୟାଚରେ ଅଧିନାୟକ ଥିଲେ। ଆଉ ୩ଟି ଯାକ ମ୍ୟାଚ୍ ଭାରତ ଜିତିଥିଲା। ଟି-ଟ୍ୱେଣ୍ଟି ଇଣ୍ଟରନାସନାଲରେ ରାହାଣେ ୨ଟି ମ୍ୟାଚରେ କ୍ୟାପଟେନ ଥିଲେ। ଯେଉଁଥିରେ ଗୋଟିଏ ଭାରତ ଜିତିଥିଲା।
