ଗତକାଲି ରାତିରେ ଦିଲ୍ଲୀ-NCR ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ, ନୋଏଡା, ଗାଜିୟାବାଦ ଓ ମେରଠରେ ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ। ଉତ୍ତରାଖଣ୍ଡ ସମେତ ହିମାଚଳ ପ୍ରଦେଶ, ପଞ୍ଜାବ ଓ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ଝଟକା ପ୍ରାୟ ୩୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।