୧୧ଟି ଜିଲ୍ଲାକୁ ରେଡୱାର୍ଣ୍ଣିଙ୍ଗ୍ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ପୁରୀ, ନୟାଗଡ଼ ଏବଂ ଖୋର୍ଦ୍ଧା । ଏହି ଜିଲ୍ଲାମାନଙ୍କରେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରେଡ ୱାର୍ଣ୍ଣିଙ୍ଗ୍ ଥିବା ଜିଲ୍ଲା ଗୁଡିକରୁ ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି । ଗଞ୍ଜାମରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ଚିହ୍ନଟ ହୋଇଥିବା ତଳିଆ ଓ ଜଳବନ୍ଦୀପ୍ରବଣ ଅଞ୍ଚଳରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ନେବା ସହ ସେସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି । ଆବଶ୍ୟକ ସମୟରେ ବ୍ୟବହାର ପାଇଁ MPCS ଓ ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।