ନିବେଶକଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାର କେବଳ ଶିଳ୍ପ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରୁନାହାନ୍ତି, ବରଂ ନିବେଶର ସମ୍ପୂର୍ଣ୍ଣ କାଳଖଣ୍ଡରେ ନିବେଶକମାନଙ୍କ ପ୍ରକୃତ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଜମି ଚିହ୍ନଟ, ଭିତ୍ତିଭୂମି ଯୋଜନା, ଆବଶ୍ୟକୀୟ ସରକାରୀ ମଞ୍ଜୁରୀଠାରୁ ଆରମ୍ଭ କରି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ବାଣିଜ୍ୟିକ ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ରାଜ୍ୟ ସରକାର ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବେ।