ଦେଶ-ବିଦେଶର ୨୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷ ମାନଙ୍କ ସହ ସିଧାସଳଖ ‘ୱାନ୍-ଟୁ-ୱାନ୍’ (ସାକ୍ଷାତକାର) ଆଲୋଚନା କରିବେ। ବିଶେଷ କରି ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ସହିତ ଓଡ଼ିଶା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବ