୨୦୦୬ର ବହୁଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସୁରେନ୍ଦ୍ର କୋଲି ହରିଦ୍ୱାରରେ ମୃତ ଅବସ୍ଥାରେ ମିଳିଛନ୍ତି। ସପ୍ତ ସରୋବର ରୋଡ୍ର ଏକ ଭଡ଼ା ଚା’ ଦୋକାନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ପ୍ରାଥମିକ ଭାବେ ଆତ୍ମହତ୍ୟା ସନ୍ଦେହ କରୁଥିବାବେଳେ ତଦନ୍ତ ଜାରି ରହିଛି। ଗୁରୁତ୍ୱପୂର୍ଣ୍ଣ ଯେ, ୨୦୨୫ରେ ସୁପ୍ରିମକୋର୍ଟ ତାଙ୍କୁ ନିଠାରୀ ସମ୍ପର୍କିତ ସମସ୍ତ ୧୩ଟି ମାମଲାରେ ଦୋଷମୁକ୍ତ କରିଥିଲେ।