ସାରା ଦେଶରେ ୯.୩୪ କୋଟି ରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି।ଗୁଜୁରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀଙ୍କ ପିଏମ୍ କିଷାନ ୨୪ତମ କିସ୍ତି ପ୍ରଦାନ ଉତ୍ସବ ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ।