କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଛି ଗୁରୁଦିବସ ସମାରୋହ-୨୦୨୬। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱ ସହ ଗୁରୁଦିବସର ମହାତ୍ମ୍ୟ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ।