ଜଳବନ୍ଦୀ, ରାସ୍ତା ଅବରୋଧ, ସାର୍ବଜନୀନ ଭିତ୍ତିଭୂମିର କ୍ଷତି ଏବଂ ଅତ୍ୟାବଶ୍ୟକ ସେବାରେ ବାଧା ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ତ୍ୱରିତ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ସାମୁଦ୍ରିକ ଝଡ଼ ‘AKVAN’ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୪ ଜଣ ଅଧିକାରୀଙ୍କୁ ୧୪ଟି ଜିଲ୍ଲାରେ ନିୟୋଜିତ କରାଯାଇଛି। ନିୟୋଜିତ ଅଧିକାରୀମାନେ ତୁରନ୍ତ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବେ