Olashuni Arrest: ଓଳାଶୁଣୀ ପାହାଡ଼ ନିକଟରୁ ୫ ସନ୍ଦିଗ୍ଧ ଯୁବକ ଗିରଫ, ବନ୍ଧୁକ ଓ ମୋବାଇଲ ଜବତ
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଓଳାଶୁଣୀ ପାହାଡ଼ ନିକଟରୁ ୫ ଜଣ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ସନ୍ଦିଗ୍ଧ ଅବସ୍ଥାରେ ଯୁବକମାନେ ଏକାଠି ହୋଇ କିଛି ଯୋଜନା କରୁଥିବା ନେଇ ପୋଲିସ ସୂଚନା ପାଇଥିଲା। ଏହାପରେ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
N
By Namita PattanaikPublished: Sep 8, 2026, 06:02 PM •1 min read •0 Views
ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଓଳାଶୁଣୀ ପାହାଡ଼ ନିକଟରୁ ୫ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ। ଯୁବକମାନେ ସନ୍ଦିଗ୍ଧ ଅବସ୍ଥାରେ ଏକାଠି ହୋଇ କିଛି ଯୋଜନା କରୁଥିବା ନେଇ ପୋଲିସ ସୂଚନା ପାଇଥିଲା। ସୂଚନା ଆଧାରରେ ପୋଲିସ ଓଳାଶୁଣୀ ପାହାଡ଼ ନିକଟରେ ଚଢ଼ାଉ କରି ୫ ଯୁବକଙ୍କୁ କାବୁ କରିଥିଲା। ତଲାସୀ ବେଳେ ସେମାନଙ୍କ ନିକଟରୁ ବନ୍ଧୁକ ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ଯୁବକମାନଙ୍କ ମଧ୍ୟରୁ କିଛି ଜଣ ବାଲିଚନ୍ଦ୍ରପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟମାନଙ୍କର ଛତିଶଗଡ଼ ଅଞ୍ଚଳ ସହ ସମ୍ପର୍କ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ପୋଲିସ ପ୍ରେସ୍ମିଟ୍ କରି ସମ୍ପୂର୍ଣ୍ଣ ତଥ୍ୟ ଦେଇଛି। ଗିରଫ ଯୁବକମାନେ କେଉଁ ଉଦ୍ଦେଶ୍ୟରେ ଏକାଠି ହୋଇଥିଲେ ଏବଂ ସେମାନଙ୍କର କୌଣସି ଅପରାଧିକ ଲିଙ୍କ୍ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
