ମାଆ ସହ ଭାଇକୁ ବି ଜୀଅନ୍ତା ଜାଳି ମାରିବାକୁ ଚାହୁଁଥିଲା
ଦୁଇ ଦୁଇ ଥର ମାଆକୁ ମାରିବା ପ୍ରୟାସ ଫେଲ୍ ପରେ ତୃତୀୟ ଥର ସଫଳ ହୋଇଥିଲା ଆୟୁଷି। ଜୁଲାଇ ୪ ସଂଧ୍ୟାରେ ରେକି କରାଗଲା। ଆୟୁଷିଙ୍କ ମାଆ ଯେତେବେଳେ ପୁଅକୁ ଟ୍ୟୁସନ ଛାଡ଼ି ଫେରୁଥିଲେ। ସେତେବେଳେ ଅଭିଯୁକ୍ତ ମୋହିତ ଶର୍ମା ରେକି କରି ସୂଚନା ଦେଲା। ଆଉ ସୂଚନା ମିଳିବା ମାତ୍ରେ ଆକାଶ ଦ୍ରୁତଗତିର୍ ସ୍ପର୍ପିଓ ଆଣି ନୀରଜଙ୍କ ଉପରେ ମଡ଼ାଇଦେଲା।

ନୀରଜ ଶର୍ମା ମର୍ଡର ମାମଲାରେ ନୂଆ ଖୁଲାସା। ୭ଲକ୍ଷ ଟଙ୍କାରେ ମାକୁ ମାରିବାକୁ ସୁପାରି ଦେଇଥିଲା ଆୟୁଷି ଶର୍ମା। ଆଗ ମା ଓ ଭାଇକୁ ଜୀଅନ୍ତା ଜଳେଇବାକୁ କରିଥିଲା ପ୍ରୟାସ। ଏଥିରେ ଫେଲ୍ ମାରିବା ପରେ ଜୁଲାଇ ୪ ତାରିଖରେ ସ୍କର୍ପିଓ ମଡ଼ାଇ ମାଆ ନୀରଜ ଶର୍ମାଙ୍କୁ ହତ୍ୟା କଲା। ଆଉ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ ହୋଇଥିଲା। ଏ ମାମଲାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ରାଜସ୍ଥାନ ଜୟପୁରର ଆୟୁଷି ଶର୍ମାଙ୍କ ହୃଦୟ କେତେ ପଥର ଥିଲା, ଏ ଘଟଣା ତାହାର ଉଦାହରଣ। ଯେଉଁ ଅଭିଯୁକ୍ତଙ୍କୁ ମାଆକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା, ସେମାନଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲା ଯେ, କୌଣସିମତେ ବି ମାଆ ବଞ୍ଚିବନି। ମାସକ ଆଗରୁ ଥାର ଗାଡ଼ି ମଡ଼ାଇ ମାରିବାକୁ କରିଥିଲା ପ୍ରୟାସ। କିନ୍ତୁ ସଫଳ ହୋଇନଥିଲା। ଆୟୁଷି ଚତୁରତାର ସହ ବାହାରକୁ ବାହାରି ସାଙ୍ଗାନେର ଚାଲିଯାଇଥିଲା। ଆଉ ସେ ଗଲା ପରେ ଅଭିଯୁକ୍ତ ଆକାଶ ଅନେକ ଜଳନ୍ତା ବସ୍ତୁ ଆୟୁଷି ଘରକୁ ଫିଙ୍ଗିଥିଲା। ନିଆଁ ଲାଗିଥିଲେ ନୀରଜ ଶର୍ମା ଓ ତାଙ୍କ ପୁଅ ଜୀଅନ୍ତା ଜଳି ମରିଥାଆନ୍ତେ। ଜୁନ୍ ୨୭ ଦିନ ପ୍ରାୟ ଗୋଟାଏ ବେଳେ ଆୟୁଷି ଘରକୁ ଆଗ ନଡ଼ିଆ ଫିଙ୍ଗିଥିଲା ଆକାଶ। ନଡ଼ିଆରେ କପଡ଼ା ଘୋଡ଼ାଇଥିଲା। ପରେ ଜଳନ୍ତା କପଡ଼ାର ଗୋଳା ଫିଙ୍ଗିଥିଲା। ସିସିଟିଭି ଫୁଟେଜରେ ଏସବୁର ହରକତ କଏଦ ହୋଇଛି। ଜଳନ୍ତା କପଡ଼ା ଗୋଳା ଘରର ସିଡ଼ିରେ ପଡ଼ିଥିଲା। ଆଉ ଆୟୁଷିର ଭାଇ ଏହି ଜଳନ୍ତା କପଡ଼ାର ଗୋଳାକୁ ମୋବାଇଲରେ ଭିଡ଼ିଓ କରିଥିଲେ। ଯାହାକୁ ପୁଲିସ ସିଜ୍ କରିଛି। ଦୁଇ ଦୁଇ ଥର ମାଆକୁ ମାରିବା ପ୍ରୟାସ ଫେଲ୍ ପରେ ତୃତୀୟ ଥର ସଫଳ ହୋଇଥିଲା ଆୟୁଷି। ଜୁଲାଇ ୪ ସଂଧ୍ୟାରେ ରେକି କରାଗଲା। ଆୟୁଷିଙ୍କ ମାଆ ଯେତେବେଳେ ପୁଅକୁ ଟ୍ୟୁସନ ଛାଡ଼ି ଫେରୁଥିଲେ। ସେତେବେଳେ ଅଭିଯୁକ୍ତ ମୋହିତ ଶର୍ମା ରେକି କରି ସୂଚନା ଦେଲା। ଆଉ ସୂଚନା ମିଳିବା ମାତ୍ରେ ଆକାଶ ଦ୍ରୁତଗତିର୍ ସ୍ପର୍ପିଓ ଆଣି ନୀରଜଙ୍କ ଉପରେ ମଡ଼ାଇଦେଲା। ସ୍ପର୍ପିଓ ଭିତରେ ଅରବିନ୍ଦ ଶର୍ମା ବି ଥିଲା। ଆଗ ଏହାକୁ ଦୁର୍ଘଟଣାଜନିତ ଦର୍ଶାଇବାକୁ ପ୍ରୟାସ ହୋଇଥିଲା। କିନ୍ତୁ ଆୟୁଷିଙ୍କ ମାମୁଁ ରାକେଶଙ୍କ ସନ୍ଦେହ ପରେ ପୁଲିସ ସବୁ ଦିଗକୁ ଛାନଭିନ କରି ସତ ପଦାକୁ ବାହାର କରିଥିଲା। ଏ ହତ୍ୟା ଘଟଣାରେ ନୀରଜ ଶର୍ମାଙ୍କ ଝିଅ ଆୟୁଷି ଶର୍ମା ଓ ତାଙ୍କ ବଡ଼ବାପା ମୋହନ ସ୍ୱରୂପଙ୍କୁ ଗିରଫ କରାଯାଇଛି। ଏହା ସହ ସ୍କର୍ପିଓ ଚଢ଼ାଇ ମାରିଥିବା ଆକାଶ ଶର୍ମା, ସ୍ପର୍ପିଓରେ ବସିଥିବା ଅରବିନ୍ଦ ଶର୍ମା, ରେକି କରିଥିବା ମୋହିତ ଶର୍ମା, ସୁପାରି ନେଇଥିବା ହେମନ୍ତ ଶର୍ମା ଓ ରୋହିତ ଜାଟବଙ୍କୁ ଗିରଫ କରାଯାଇଛି। ଏ ହତ୍ୟାକାଣ୍ଡରେ ଆୟୁଷିର ବଡ଼ବାପା ପୁଅ ଭାଇ ବଳରା ଓରଫ ରବି ବି ସାମିଲ ଥିଲା। ଯାହାକୁ ଗିରଫ କରିବାକୁ ପୁଲିସ ଖୋଜୁଛି।
