୨୩ ବର୍ଷ ପରେ ବାପା ହତ୍ୟାର ପ୍ରତିଶୋଧ..
ମାମୁଲି ବିବାଦରୁ ମନ୍ଥନଙ୍କ ବାପା ଦିନେଶ ବୈଦ୍ୟଙ୍କୁ ହତ୍ୟା କରିଥିଲା ଦେଶମୁଖ। ଘଟଣାବେଳେ ମନ୍ଥନ ୬ ମାସର ଥିଲା। ମନ୍ଥନ ବର୍ଷ ବର୍ଷ ଧରି ହତ୍ୟାର ପ୍ରତିଶୋଧ ନେବାକୁ ମନେ ମନେ ସ୍ଥିର କରିସାରିଥିଲା।

୨୩ ବର୍ଷ ତଳେ ହୋଇଥିବା ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲା ପୁଅ। ପୁଣେରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏ ଘଟଣା ପୁଲିସକୁ ବି ଚକିତ କରିଛି। ୬ମାସ ବୟସର ଥିଲା ବେଳେ ଭିତରେ ଜଳୁଥିଲା ପ୍ରତିଶୋଧର ନିଆଁ। ଆଉ ହତ୍ୟା କରିଥିବା ୨୪ ବର୍ଷର ଯୁବକକୁ ଶେଷରେ ପୁଲିସ ଗିରଫ କରିଛି। ବାପାଙ୍କ ମର୍ଡର ବେଳେ ପୁଅକୁ ହୋଇଥିଲା ମାତ୍ର ୬ ମାସ। ପୁଲିସ ଅନୁସାରେ, ଜୁଲାଇ ୧୧ରେ ପୁଣେ ଜିଲ୍ଲାର ଭୋର ତହସିଲ ଅନ୍ତର୍ଗତ ପୁରୁଣା କାନ୍ନଜ ସୁଡ଼ଙ୍ଗ ପାଖରେ ୪୦ ବର୍ଷୀୟ ସଞ୍ଜୟ ବାବୁରାଓ କାଡ଼ୁ ଦେଶମୁଖଙ୍କ ଶବ ଜବତ ହୋଇଥିଲା। ପୁଲିସ ଶବ ଜବତ କରି ତଦନ୍ତ କରିଥିଲା। ତଦନ୍ତରେ ୨୪ ବର୍ଷୀୟ ମନ୍ଥନ ବୈଦ୍ୟ ଓ ତା ସାଥୀ ସୌରଭ ପରଦେଶୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିଲା ପୁଲିସ। ଦୁହିଁଙ୍କୁ ଜୁଲାଇ ୧୪ରେ ପୁଲିସ ହେପାଜତକୁ ନେଇଥିଲା। ଜେରାରେ ସ୍ୱୀକାର କରିଥିଲେ ଯେ, ମିଜାନ ଶେଖ୍ ଓ ସନ୍ଦୀପ କୋରି ନାମକ ଅନ୍ୟ ଦୁଇ ସାଥୀଙ୍କ ସହ ମିଶି କାଡ଼ୁ ଦେଶମୁଖଙ୍କ ହତ୍ୟା କରିଥିଲେ। ଏ ହତ୍ୟା ଘଟଣାର ଜଡ଼ ୨୦୦୩ର ଏକ ଘଟଣା ସହ ଜଡ଼ିତ। ମାମୁଲି ବିବାଦରୁ ମନ୍ଥନଙ୍କ ବାପା ଦିନେଶ ବୈଦ୍ୟଙ୍କୁ ହତ୍ୟା କରିଥିଲା ଦେଶମୁଖ। ଘଟଣାବେଳେ ମନ୍ଥନ ୬ ମାସର ଥିଲା। ମନ୍ଥନ ବର୍ଷ ବର୍ଷ ଧରି ହତ୍ୟାର ପ୍ରତିଶୋଧ ନେବାକୁ ମନେ ମନେ ସ୍ଥିର କରିସାରିଥିଲା। ହତ୍ୟା ବେଳେ କାଡ଼ୁ ଦେଶମୁଖ ଆଉ ଏକ ଅପରାଧିକ ମାମଲାରେ ଜାମିନରେ ବାହାରିଥିଲା। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଖୋଜୁଛି।
