ମଦପାର୍ଟିରେ ପଇସାରୁ ବଚସା ଓ ମର୍ଡର
ମାରିଦେଲା ପରେ ଦିନେଶର ମୋବାଇଲରୁ ସିମ କାଢ଼ି ଭାଙ୍ଗିଦେଲେ। ଏହା ପରେ ଦୌସାରେ ଏକ ହୋଟେଲରେ ରହି ଓ୍ୱାଇଫାଇ ଜରିଆରେ ୟୁଟ୍ୟୁବ୍ ଲଗାଇ ହତ୍ୟା ପରେ ପୁଲିସରୁ କେମିତି ବର୍ତ୍ତିବେ, ସେ ଉପାୟ ଖୋଜିଥିଲେ। ପୁଲିସ କେମିତି ହତ୍ୟାକାରୀଙ୍କ ପାଖରେ ପହଞ୍ଚେ। ଏ ମାମଲାରେ କେତେବର୍ଷ ସଜ୍ଜା ହୁଏ। ଏ ସବୁ ଅନୁସନ୍ଧାନ କରିଥିଲେ।

ଆଗ ମଦର ଆସର। ତା ପରେ ପଇସାକୁ ନେଇ ବିବାଦ ଓ ପରେ ମର୍ଡର। ଜୟପୁରର ଦିନେଶ ମର୍ଡର ମାମଲାର ଖୁଲାସା କଲା ପୁଲିସ। ଜୟପୁରର ବିନ୍ଦାୟକାସ୍ଥିତ ହୋଟେଲରେ ଦିନେଶ ଓରଫ ଦର୍ଶନଙ୍କ ହତ୍ୟା ପଛରେ ପଇସା। ମଦ ପାର୍ଟିର ଖର୍ଚ୍ଚ କିଏ ଉଠାଇବ। ଏହାକୁ ନେଇ ବଚସାରୁ ସାଙ୍ଗମାନେ ଦିନେଶଙ୍କ ଗଳା ଚିପି ହତ୍ୟା କରିଦେଲେ। ଘଟଣା ପରେ ସାଙ୍ଗମାନେ ମୋବାଇଲକୁ ଫ୍ଲାଇଟ୍ ମୋଡ୍ କରି ଫେରାର୍ ହୋଇଯାଇଥିଲେ। ଆଉ ପୁଲିସରୁ ବର୍ତ୍ତିବାକୁ ୟୁଟ୍ୟୁବରୁ ଖୋଜୁଥିଲେ ଆଇଡିଆ। ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି ପୁଲିସ। ଜୁଲାଇ ୨୫ର ଘଟଣା। ଶ୍ରୀହୋଟେଲର ଏକ କୋଠରୀରେ ଦିନେଶର ଶବ ମିଳିଥିଲା। ଆରମ୍ଭରୁ ମାମଲା ସନ୍ଦିଗ୍ଧ ଲାଗୁଥିଲା। ହୋଟେଲ ରେକର୍ଡ ଦେଖିବା ପରେ ଜଣାପଡ଼ିଲା ଯେ, ଦିନେଶ ନିଜର ଦୁଇ ସାଙ୍ଗ ସଞ୍ଜୟ କୁମାର କସୋଟିଆ ଓ ନିତେଶ ଗଓ୍ୱାରିଆଙ୍କ ସହ ହୋଟେଲରେ ରହିଥିଲେ। ଘଟଣାପରଠୁ ଦୁହେଁ ଫେରାର। ୩ଶହରୁ ଅଧିକ ସିସିଟିଭି ଫୁଟେଜ, ହୋଟେଲ, ବସଷ୍ଟାଣ୍ଡ, ରେଲଓ୍ୱେ ଷ୍ଟେସନ ଓ ଟୋଲ ପ୍ଲାଜାରେ ଯାଞ୍ଚ କରିଥିଲା ପୁଲିସ। ତଦନ୍ତରୁ ଜଣାପଡ଼ିଥିଲା, ମୃତକ ଦିନେଶକୁ ଟଙ୍କା ଦରକାର ଥିଲା। ଏ ବାବଦରେ କଥାବାର୍ତ୍ତା ହେବାକୁ ୩ଜଣ ଯାକ ହୋଟେଲରେ ପହଞ୍ଚିଥିଲେ। ରାତିରେ ମଦ ପାର୍ଟି ହୋଇଥିଲା। ହେଲେ ପାର୍ଟିର ଖର୍ଚ୍ଚ କିଏ ଉଠାଇବ, ତାକୁ ନେଇ ବିବାଦ ଏତେ ବଢ଼ିଗଲା ଯେ, ଦୁହେଁ ଦିନେଶର ଗଳାକୁ ଓଢ଼ଣୀରେ ଚାପି ମାରିଦେଲେ। ମାରିଦେଲା ପରେ ଦିନେଶର ମୋବାଇଲରୁ ସିମ କାଢ଼ି ଭାଙ୍ଗିଦେଲେ। ଏହା ପରେ ଦୌସାରେ ଏକ ହୋଟେଲରେ ରହି ଓ୍ୱାଇଫାଇ ଜରିଆରେ ୟୁଟ୍ୟୁବ୍ ଲଗାଇ ହତ୍ୟା ପରେ ପୁଲିସରୁ କେମିତି ବର୍ତ୍ତିବେ, ସେ ଉପାୟ ଖୋଜିଥିଲେ। ପୁଲିସ କେମିତି ହତ୍ୟାକାରୀଙ୍କ ପାଖରେ ପହଞ୍ଚେ। ଏ ମାମଲାରେ କେତେବର୍ଷ ସଜ୍ଜା ହୁଏ। ଏ ସବୁ ଅନୁସନ୍ଧାନ କରିଥିଲେ। ଦୁହେଁ ଗୁଜରାଟ ଫେରାର ହେବାକୁ ଯୋଜନା ବି କରିଥିଲେ। ଦୁଇ ଅଭିଯୁକ୍ତ ସିକରସ୍ଥିତ ଖାଟୁଶ୍ୟାମ ମନ୍ଦିର ଯାଇ ଦର୍ଶନ କରିଥିଲେ। ଆଉ ଗୁଜରାଟ ପଳାଇବାକୁ ଚିନ୍ତା କରିଥିଲେ। କିନ୍ତୁ ଗୁଇନ୍ଦା ସୂଚନା, ଟେକ୍ନିକ ଯାଞ୍ଚରୁ ପୁଲିସ ତାଙ୍କୁ ଗିରଫ କରିନେଲା।
