ଏକ୍ସ-ବୟଫ୍ରେଣ୍ଡକୁ ମର୍ଡର- ଷଡ଼ଯନ୍ତ୍ରରେ ସ୍ୱାମୀ ଓ ନୂଆ ପ୍ରେମିକ
ଯୁବକର ମୃତ୍ୟୁ ପଛରେ ଥିବା ପ୍ରେମ, ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତାର କାହାଣୀକୁ ପୁଲିସ ପର୍ଦ୍ଦାଫାସ କରିଛି। ଏ ଘଟଣାରେ ମହିଳା ଓ ପ୍ରେମିକକୁ ପୁଲିସ ଗିରଫ କରିଥିଲା ବେଳେ ସ୍ୱାମୀ ଫେରାର ଅଛି।

ଏକ୍ସ ବୟଫ୍ରେଣ୍ଡକୁ ଘରକୁ ଡାକିଲେ। ଆଉ ସ୍ୱାମୀ ଓ ନୂଆ ପ୍ରେମିକ ସହ ମିଶି କଲେ ମର୍ଡର। ଆଲିଗଡ଼ରେ ଏକ ବ୍ଲାଇଣ୍ଡ ମର୍ଡର ମାମଲାର ୩ ମାସ ପରେ ଖୁଲାସା କରିଛି ପୁଲିସ। ୩ ମାସ ତଳେ ଏକ ନାଳରୁ ଅଜ୍ଞାତ ଯୁବକର ଶବ ଉଦ୍ଧାର କରିଥିଲା ପୁଲିସ। ଆଉ ଯୁବକର ମୃତ୍ୟୁ ପଛରେ ଥିବା ପ୍ରେମ, ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତାର କାହାଣୀକୁ ପୁଲିସ ପର୍ଦ୍ଦାଫାସ କରିଛି। ଏ ଘଟଣାରେ ମହିଳା ଓ ପ୍ରେମିକକୁ ପୁଲିସ ଗିରଫ କରିଥିଲା ବେଳେ ସ୍ୱାମୀ ଫେରାର ଅଛି। ମେ ୨ ତାରିଖର ଘଟଣା। ହରଦୁଆଗଞ୍ଜ ଏରିଆର ମଛୁଆ ପାଖରେ ଅଜ୍ଞାତ ଯୁବକର ଶବ ମିଳିଥିଲା। ଶରୀରରେ ଅନେକ ଗମ୍ଭୀର କ୍ଷତର ଚିହ୍ନ ଥିଲା। ପୁଲିସ ହତ୍ୟା ମକଦ୍ଦମା କରି ଶବକୁ ଚିହ୍ନଟ ଲାଗି ପ୍ରୟାସ କରିଥିଲା। ଶେଷରେ ମୃତକ ଅମିତ ସିଂ ବୋଲି ଜଣାପଡ଼ିଥିଲା। ତଦନ୍ତରେ ଜଣାପଡ଼ିଥିଲା, ୫ ବର୍ଷ ତଳେ ଜଓ୍ୱାଁ କ୍ଷେତ୍ରର ରାମପୁର ଗାଁରେ ଥିବା କଳ୍ପନାଙ୍କ ସହ ଅମିତର ପ୍ରେମସମ୍ପର୍କ ଥିଲା। ଆଉ ଏହି ସମୟ ଭିତରେ ବୁଲନ୍ଦସରର ମହାରାଜପୁର ନିବାସୀ ଲୋକେଶ ସହ କଳ୍ପନାଙ୍କର ଘନିଷ୍ଠତା ବଢ଼ିଥିଲା ଓ ଏହା ପ୍ରେମରେ ପରିଣତ ହୋଇଗଲା। ସେଥିଲାଗି ପୁରୁଣା ପ୍ରେମିକ ଅମିତକୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲା କଳ୍ପନା। ସେଥିଲାଗି ସ୍ୱାମୀ ସଞ୍ଜୁ ଓ ନୂଆ ପ୍ରେମିକ ଲୋକେଶ ସହ ମିଶି ଯୋଜନା କରିଥିଲା। ଏପ୍ରିଲ ୩୦। ରାତିରେ ଘରେ ଭେଟିବାକୁ ଡାକିଥିଲା କଳ୍ପନା। ଅମିତ ଘରେ ପହଞ୍ଚିବା ମାତ୍ରେ ଆଗରୁ ଛକି ବସିଥିବା ସଞ୍ଜୁ ଓ ଲୋକେଶ ସହ ମିଶି ଆକ୍ରମଣ କରିଥିଲା କଳ୍ପନା। ଲୁହା ରଡରେ ନିରନ୍ତର ଆକ୍ରମଣରେ ଅମିତର ମୃତ୍ୟୁ ହୋଇଯାଇଥିଲା। ହତ୍ୟା ପରେ ଶବକୁ କାସିମପୁର ନାଳରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ। ଯେମିତି ତାଙ୍କୁ କେହି ଚିହ୍ନଟ କରିପାରିବେନି ଓ ମାମଲା ଦୁର୍ଘଟଣାଜନିତ ଅବା ଅଜ୍ଞାତ ହତ୍ୟା ବୋଲି ଲାଗିବ।
