Maa Khilamunda :ମାଁ ଖିଲାମୁଣ୍ଡା ଠାକୁରାଣୀ ଙ୍କ ପୀଠରେ ନବରାତ୍ରି ଉପାସନା
ମାଁ ଖିଲାମୁଣ୍ଡା ଠାକୁରାଣୀ ଙ୍କ ପୀଠରେ ନବରାତ୍ରି ଉପାସନା | ସନ୍ଧ୍ୟା ହେଲେ ଜମୁଛି ଭକ୍ତ ଙ୍କ ଭିଡ଼ | ଆଦିବାସୀ ସଂସ୍କୃତି ପରମ୍ପରା ଅନୁସାରେ ପୂଜାର୍ଚନା ହୋଇଥାଏ।
ରାୟଗଡା: ପାର୍ବଣ ଆସିଲେ ଚଳ ଚଞ୍ଚଳ ହୋଇ ଉଠେ ସମସ୍ତ ଶକ୍ତି ପୀଠ। ଏଇ ଯେମିତି ରାୟଗଡା ଜିଲ୍ଲା ପଦ୍ମପୁର ର ମାଁ ଖିଲାମୁଣ୍ଡା ଠାକୁରାଣୀ ଙ୍କ ପୀଠ। କେଉଁ ଆବାହନ କାଳରୁ ଏଠାରେ ମାଁ ଙ୍କୁ ପୂଜାର୍ଚ୍ଚନା କରାଯାଏ।। ମାଁ ସ୍ଵୟଂ ଅନ୍ନଦାତ୍ରୀ। ସେଥିପାଇଁ ତ ଅଞ୍ଚଳରେ ଶସ୍ୟ ଶ୍ୟାମଳାରେ ଭରି ଦେଉଛି ବୋଲି ବିଶ୍ୱାସ ରହିଛି। ଆଦିବାସୀ ସଂସ୍କୃତି ପରମ୍ପରା ଅନୁସାରେ ପୂଜାର୍ଚନା ହୋଇଥାଏ। ପୀଠ ରେ ଏବେ ଚାଲିଛି ନବରାତ୍ରୀ ଉପସନା। ଏହି ନ ଦିନ ରେ ମାଁ ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ। ପ୍ରତିଦିନ ଷୋଡ଼ଶ ପୂଜା ସହ ହୋମ ଯଜ୍ଞ ଚଣ୍ଡୀପାଠ ହୋଇଥାଏ।ମଙ୍ଗଳ ଆଳତି ସହ ସନ୍ଧ୍ୟା ଆଳତି ଦର୍ଶନ ସକାଶେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ହୋଇଥାଏ।ମାଁ ଙ୍କୁ ବିଶ୍ୱାସ କରି ମାନସିକ ରଖି ପୂଜାର୍ଚ୍ଚନା କଲେ ସମସ୍ତ ରିଷ୍ଠ ଖଣ୍ଡନ ହୋଇଥାଏ । ସମସ୍ତ କାର୍ଯ୍ୟ ମଧ୍ୟ ସିଦ୍ଧ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ତ ଏହି ପୀଠ କୁ ମାଁ ଙ୍କୁ ଦର୍ଶନ କରିବା ସକାଶେ ଭକ୍ତ ମାନଙ୍କ ସୁଅ ଛୁଟି ବାରେ ଲାଗିଛି।କେବଳ ନବରାତ୍ରୀ ନୁହଁ ପ୍ରତି ସଂକ୍ରାନ୍ତି ରେ ମଧ୍ୟ ଭିଡ ଜମି ଥାଏ। ଏହି ନବରାତ୍ରୀ ପୂଜାରେ ପ୍ରତିଦିନ ଦୁଇ ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥାଏ ବୋଲି ମନ୍ଦିର କମିଟି ତରଫରୁ ସୂଚନା ମିଳିଛି।

