ମେସି ମ୍ୟାଜିକ- କ୍ୱାର୍ଟରଫାଇନାଲରେ ଆର୍ଜେଣ୍ଟିନା
ଶେଷ ୧୪ ମିନିଟରେ ଖେଳର ବାଜି ଓଲଟିଗଲା। ମେସିଙ୍କ ବ୍ୟତୀତ କ୍ରିଷ୍ଟିୟାନ ରୋମେରା ଓ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍ ବି ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। କିନ୍ତୁ ଆର୍ଜେଣ୍ଟିନା ଜିତର ଅସଲ ହିରୋ ସାଜିଲେ ମେସି। ଏହା ସହ ଗୋଲଡେନ ବୁଟ ରେସରେ ସମସ୍ତଙ୍କଠୁ ଆଗକୁ ଉଠିଗଲେ।

ଇଜିପ୍ଟକୁ ହରାଇ ରୋମାଞ୍ଚକର ଜିତ୍ ହାସଲ କଲା ଆର୍ଜେଣ୍ଟିନା। ରାଉଣ୍ଡ ଅଫ-୧୬ରେ ଜିତି କ୍ୱାର୍ଟର ଫାଇନାଲରେ ନିଜ ଜାଗା ପକ୍କା କରିଛି ଆର୍ଜେଣ୍ଟିନା। ମୁକାବିଲାରେ ଆର୍ଜେଣ୍ଟିନା ଟିମ୍ ଗୋଟିଏ ସମୟରେ ୨ ଗୋଲରେ ପଛୁଆ ଥିଲା। କିନ୍ତୁ ଶେଷ ମିନିଟରେ ଲିୟୋନେଲ ମେସିଙ୍କ ମ୍ୟାଜିକ୍ କାଟୁ କଲା। ଆଉ ଟିମକୁ ଜିତାଇବାରେ ପ୍ରମୁଖ ଭୂମିକା ନେଲେ। ଇଜିପ୍ଟକୁ ୩-୨ରେ ହରାଇଛି ଆର୍ଜେଣ୍ଟିନା। ମେସିଙ୍କ ଜଲଓ୍ୱା ଦେଖିଲା ପୁରା ଦୁନିଆ। ନିଜ ଟିମ୍ ଲାଗି ୮୩ ମିନିଟରେ ନିର୍ଣ୍ଣାୟକ ଗୋଲ୍ ଦେଇ ସ୍କୋର ବୋର୍ଡକୁ ୨-୨ରେ ରଖିବାକୁ ସକ୍ଷମ ହୋଇଥିଲେ ମେସି। ମେସିଙ୍କ ଏହି ଗୋଲ୍ ଏଥିଲାଗି ନିର୍ଣ୍ଣାୟକ ଥିଲା ଯେ, ୭୮ମିନିଟ୍ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଇଜିପ୍ଟଠୁ ୦-୨ରେ ପଛରେ ଥିଲା। ଏହି ମୁକାବିଲାରେ ୧୯ ମିନିଟରେ ପେନାଲଟି ସଟ୍ ମିସ୍ କରିଦେଇଥିଲେ ମେସି। ଏହା ପରେ ଯାଇ ଆର୍ଜେଣ୍ଟିନା ଟିମ୍ କମବ୍ୟାକ୍ କରିଥିଲା। ଆଉ ଶେଷ ୧୪ ମିନିଟରେ ଖେଳର ବାଜି ଓଲଟିଗଲା। ମେସିଙ୍କ ବ୍ୟତୀତ କ୍ରିଷ୍ଟିୟାନ ରୋମେରା ଓ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍ ବି ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। କିନ୍ତୁ ଆର୍ଜେଣ୍ଟିନା ଜିତର ଅସଲ ହିରୋ ସାଜିଲେ ମେସି। ଏହା ସହ ଗୋଲଡେନ ବୁଟ ରେସରେ ସମସ୍ତଙ୍କଠୁ ଆଗକୁ ଉଠିଗଲେ। ଫିଫା ବିଶ୍ୱକପ ୨୦୨୬ରେ ମେସିଙ୍କ ଏହା ଅଷ୍ଟମ ଗୋଲ ଥିଲା। ଏହା ସହ ଟୁର୍ଣ୍ଣାମେଣ୍ଟର ଲଗାତାର ୯ଟି ମ୍ୟାଚରେ ୧୩ଟି ଗୋଲ କରିବାର ରେକର୍ଡ ବି କରିଛନ୍ତି। ବିଶ୍ୱକପ କ୍ୟାରିଅରରେ ୨୧ତମ ଓ ଏହି ବିଶ୍ୱକପରେ ଅଷ୍ଟମ ଗୋଲ କରିଛନ୍ତି ମେସି। ବିଶ୍ୱକପରେ ଲଗାତାର ଗୋଲ କରିବାର ଧାରା ମେସିଙ୍କ ଜାରି ରହିଛି। ଗୋଲଡେନ ବୁଟ ରେସର ଫ୍ରାନ୍ସର କିଲିୟନ ଏମ୍ୱାପ୍ପେ ଓ ନରଓ୍ୱେର ଏର୍ଲିଂ ହାଲେଣ୍ଡଙ୍କଠୁ ଗୋଟିଏ ଗୋଲରେ ଆଗୁଆ ଅଛନ୍ତି। ୨୦୨୨ ବିଶ୍ୱକପରେ ଗୋଲଡେନ ବୁଟ୍ ରେସରେ ଏମ୍ୱାପ୍ପେଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିଲେ ମେସି। ୨୦୧୪ରେ ୪ଟି ଗୋଲ କରି ତୃତୀୟ ସ୍ଥାନରେ ଥିଲେ ମେସି।
