ପତ୍ନୀର ପରକୀୟାପ୍ରୀତି- ଦୁଇ ଝିଅଙ୍କୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ହୋଟେଲ କର୍ମଚାରୀଙ୍କୁ କହିଥିଲେ, ସେ ରବିବାର ବିଳମ୍ୱିତ ରାତିରେ ଦୁବାଇରୁ ଆସୁଥିବା ଜଣେ ଅତିଥିଙ୍କୁ ରିସିଭ୍ କରିବାକୁ ହୋଟେଲରେ ରୁମ୍ ବୁକ୍ କରିଛନ୍ତି। ସେ ସୋମବାର ସକାଳ ସୁଦ୍ଧା ଚେକ୍-ଆଉଟ କରିଯିବେ। ସୋମବାର ଦ୍ୱିପ୍ରହର ସାଢ଼େ ୧୨ଟା ସୁଦ୍ଧା ଚେକଆଉଟ୍ ନ କରିବାରୁ ହାଉସକିପିଂ ଷ୍ଟାଫ୍ କଲିଂ ବେଲ୍ ବଜାଇଥିଲେ। ହେଲେ ଭିତରୁ କୌଣସି ଜବାବ ନ ଆସିବାରୁ ଫେରିଯାଇଥିଲେ।

ପତ୍ନୀଙ୍କ ପରକୀୟାପ୍ରୀତିରେ ଥିଲେ ଅସ୍ଥିର। ଫାଇଭ ଷ୍ଟାର ହୋଟେଲ ନେଇ ୨ ଝିଅଙ୍କୁ ମାରିଦେଲା ସ୍ୱାମୀ। ବେଙ୍ଗାଲୁରୁର ଏକ ଫାଇଭ-ଷ୍ଟାର ହୋଟେଲରେ ନିଜର ୫ ବର୍ଷ ଓ ୧୦ ବର୍ଷର ଦୁଇ ଝିଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ଆଉ ସୁଇସାଇଡ୍ ନୋଟରେ ନିଜ ପତ୍ନୀଙ୍କ ଆଫୋୟାର ବାବଦରେ ଦର୍ଶାଇଥିଲେ। ପତ୍ନୀଙ୍କ ପରକୀୟାପ୍ରୀତିର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି ଦାବି କଲେ। ପତ୍ନୀଙ୍କ ବିଶ୍ୱାସଘାତରୁ ସ୍ୱାମୀ ଏଭଳି ସୈତାନ ସାଜିଲା। ଆଉ ନିଜ ଜୀବନ ବି ହାରିବାକୁ ଉଦ୍ୟମ କଲା। ବେଙ୍ଗାଲୁରୁରେ ଘଟିଥିବା ଏ ଛାତିଥରା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କେମ୍ପାଗୌଡ଼ା ଇଣ୍ଟରନାସନାଲ ଏୟାରପୋର୍ଟ ପାଖରେ ଥିବା ଫାଇଭ-ଷ୍ଟାର ତାଜ୍ ହୋଟେଲରେ ଦୁଇ ଝିଅଙ୍କୁ ମାରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିର ନାଁ ଏସଜି ଇମ୍ରାନ। ଯିଏ ଏକ ପ୍ରାଇଭେଟ କ୍ୟାବ୍ କମ୍ପାନୀରେ ମ୍ୟାନେଜର ଅଛନ୍ତି। ସୋମବାର ଏ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଲା। ଯେତେବେଳେ ଇମ୍ରାନ ଧାର୍ଯ୍ୟ ସମୟରେ ହୋଟେଲରୁ ଚେକଆଉଟ୍ କରିନଥିଲେ। ପୁଲିସ ଅନୁସାରେ ଇମ୍ରାନ ନିଜ ଦୁଇ ଝିଅଙ୍କ ସହ ରବିବାର ସଂଧ୍ୟା ସାଢ଼େ ୭ଟାରେ ହୋଟେଲର ଚତୁର୍ଥ ମହଲାରେ ରହିଥିଲେ। ହୋଟେଲ କର୍ମଚାରୀଙ୍କୁ କହିଥିଲେ, ସେ ରବିବାର ବିଳମ୍ୱିତ ରାତିରେ ଦୁବାଇରୁ ଆସୁଥିବା ଜଣେ ଅତିଥିଙ୍କୁ ରିସିଭ୍ କରିବାକୁ ହୋଟେଲରେ ରୁମ୍ ବୁକ୍ କରିଛନ୍ତି। ସେ ସୋମବାର ସକାଳ ସୁଦ୍ଧା ଚେକ୍-ଆଉଟ କରିଯିବେ। ସୋମବାର ଦ୍ୱିପ୍ରହର ସାଢ଼େ ୧୨ଟା ସୁଦ୍ଧା ଚେକଆଉଟ୍ ନ କରିବାରୁ ହାଉସକିପିଂ ଷ୍ଟାଫ୍ କଲିଂ ବେଲ୍ ବଜାଇଥିଲେ। ହେଲେ ଭିତରୁ କୌଣସି ଜବାବ ନ ଆସିବାରୁ ଫେରିଯାଇଥିଲେ। ଏହା ପରେ ସାଢ଼େ ୪ଟାରେ ବି ଷ୍ଟାଫ ଯାଇ କବାଟ ବାଡ଼େଇଥିଲେ। ଶେଷରେ ସାଢ଼େ ୫ଟାରେ ହୋଟେଲ ମ୍ୟାନେଜର ଡୁପ୍ଲିକେଟ୍ ଚାବି ଜରିଆରେ ରୁମ୍ ଖୋଲିଥିଲେ। ଆଉ ଯାହା ଦେଖିଲେ ହୋସ୍ ଉଡ଼ିଗଲା। ବେଡରେ ଦୁପଇ ଝିଅଙ୍କ ଶବ ପଡ଼ିଥିଲା। ସୋଫାରେ ଇମ୍ରାନ ଅଚେତ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଗଳା ଧାରୁଆ ଛୁରୀରେ କଟା ହୋଇଥିଲା। ତୁରନ୍ତ ପୁଲିସ ଓ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲା। ଦୁଇ ପିଲାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିବା ସହ ଇମ୍ରାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ପୁଲିସ ଏବେ ହୋଟେଲର ସିସିଟିଭି ଫୁଟେଜ, ଡିଜିଟାଲ ପ୍ରମାଣ ଓ ଅନ୍ୟ ତଥ୍ୟକୁ ନେଇ ତନାଘନା କରୁଛି। ଡିସିପି ମିଥୁନ କୁମାର କହିଛନ୍ତି, ଇମ୍ରାନର ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ତାଙ୍କର ବୟାନ ରେକର୍ଡ କରାଯିବ। ସୁଇସାଇଡ ନୋଟରେ ଲଗାଯାଇଥିବା ଆରୋପ ଓ ଘଟଣା ପଛର ଅସଲ ଉଦ୍ଦେଶ୍ୟର ଗହନତାକୁ ଯାଞ୍ଚ କରାଯାଉଛି। ପିଲାଙ୍କ ଶବବ୍ୟବଛେଦ ହୋଇଛି।
..
