India Vs New-Zealand: ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ସିରିଜ୍ ରେ ୨-୦ରେ ଆଗୁଆ
ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ ରେ ହରାଇଲା ଭାରତ। ତିଳକ ବର୍ମାଙ୍କ ଅପରାଜିତ ୫୧ ରନ୍ ବଳରେ ସିରିଜ୍ ରେ ୨-୦ରେ ଆଗୁଆ ଟିମ୍ ଇଣ୍ଡିଆ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ୪ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଛି। ହାଗଲି ଓଭାଲରେ ଖେଳାଯାଇଥିବା ଏହି ମୁକାବିଲାରେ ଯୁବ ବ୍ୟାଟର୍ଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ରୋମାଞ୍ଚକର ବିଜୟ ଦେଇଛି। ନ୍ୟୁଜିଲାଣ୍ଡ ଦେଇଥିବା ୧୮୧ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୧୯.୫ ଓଭରରେ ୬ ୱିକେଟ୍ ହରାଇ ହାସଲ କରିଥିଲା। ଭାରତ ପକ୍ଷରୁ ତିଳକ ବର୍ମା ୨୬ ବଲରୁ ଅପରାଜିତ ୫୧ ରନ୍ କରିଥିଲେ। ତାଙ୍କ ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।
ଅନ୍ୟପଟେ, ନୀତିଶ କୁମାର ରେଡ୍ଡୀ ଅପରାଜିତ ୨୬ ରନ୍ କରି ତିଳକଙ୍କୁ ଉପଯୁକ୍ତ ସହଯୋଗ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୬୯ ରନ୍ ର ଭାଗୀଦାରି ଭାରତକୁ ବିଜୟ ଦିଗରେ ଆଗେଇ ନେଇଥିଲା। ନମନ ଧୀର ମଧ୍ୟ ୧୭ ବଲ୍ରୁ ୩୧ ରନ୍ କରି ଦଳର ବିଜୟକୁ ସହଜ କରିଥିଲେ। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ୧୪, ଅଭିଷେକ ଶର୍ମା ୨୭, ଶ୍ରେୟସ ଆୟର ୭ ଓ ଅକ୍ଷର ପଟେଲ ୧୧ ରନ୍ କରିଥିଲେ। ଆରମ୍ଭରେ ୱିକେଟ୍ ପତନ ସତ୍ତ୍ୱେ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟର୍ଙ୍କ ଲଢ଼ୁଆ ପ୍ରଦର୍ଶନ ଭାରତକୁ ବିଜୟୀ କରାଇଥିଲା। ଏହି ବିଜୟ ସହ ସିରିଜରେ ଭାରତର ସ୍ଥିତି ମଜଭୁତ ହୋଇଛି। ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ବିଜୟ ଧାରା ବଜାୟ ରଖି ସିରିଜ୍ ହାତେଇବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ।
