ଫିଫା ବିଶ୍ୱକପ : ୪୦ ଦେଶ ବିଦା- ସେମିଫାଇନାଲ ପାଇଁ ଲଢ଼େଇରେ ୮ ଟିମ୍
ବିଶ୍ୱକପର ତିନୋଟି ଆୟୋଜକ ଦେଶ ବିଦା ହୋଇସାରିଛି। ନରଓ୍ୱେ ଓ ସ୍ୱିଜରଲ୍ୟାଣ୍ଡ ଭଳି ଟିମ୍ କ୍ୱାର୍ଟର ଫାଇନାଲକୁ ଯିବେ ବୋଲି ବିଶ୍ୱାସ ହେଉନଥିଲା। ତଥାପି ଏହି ଦୁଇ ଟିମ୍ କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିଦେଲେ।

ଫିଫା ବିଶ୍ୱକପରେ ୪୦ ଟିମ୍ ବାହାରି ସାରିଲେଣି। ଏବେ କେବଳ ୮ଟି ଟିମ୍ ଭିତରେ ହେବ ଲଢ଼େଇ। ଅନ୍ତିମ-୮ ରାଉଣ୍ଡ ମୁକାବିଲା ଭାରତୀୟ ସମୟ ଅନୁସାରେ ୯-୧୦ ଜୁଲାଇ ଅଧାରାତିରେ ଆରମ୍ଭ ହେବ। ଏହି ମ୍ୟାଚ୍ ଲଗାତାର ୪ଦିନ ଚାଲିବ। ଏହି ମ୍ୟାଚରେ ବିଜେତା ଟିମ୍ ସେମିଫାଇନାଲ ଯିବେ। ରାଉଣ୍ଡ ଅଫ-୧୬ର ରୋମାଞ୍ଚକର ଅନ୍ତ ସହ କ୍ୱାର୍ଟର ଫାଇନାଲରେ ୮ଟି ଟିମ୍ ପହଞ୍ଚିଛି। ବିଶ୍ୱକପର ତିନୋଟି ଆୟୋଜକ ଦେଶ ବିଦା ହୋଇସାରିଛି। ଆମେରିକା, ମେକ୍ସିକୋ ଓ କାନାଡ଼ାର ବିଶ୍ୱକପ ଅଭିଯାନ ସରିଯାଇଛି। ଏହା ବ୍ୟତୀତ ପାରାଗୁଏ, ବ୍ରାଜିଲ, ପର୍ତ୍ତୁଗାଲ, ଇଜିପ୍ଟ ଓ କଲମ୍ୱିଆର ଅଭିଯାନ ବି ସମାପ୍ତ ହୋଇଛି। ନରଓ୍ୱେ ଓ ସ୍ୱିଜରଲ୍ୟାଣ୍ଡ ଭଳି ଟିମ୍ କ୍ୱାର୍ଟର ଫାଇନାଲକୁ ଯିବେ ବୋଲି ବିଶ୍ୱାସ ହେଉନଥିଲା। ତଥାପି ଏହି ଦୁଇ ଟିମ୍ କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିଦେଲେ। ଆର୍ଜେଣ୍ଟିନା, ଫ୍ରାନ୍ସ, ଇଂଲଣ୍ଡ, ବେଲଜିୟମ, ମରକ୍କୋ ଓ ସ୍ପେନ ବି କ୍ୱାର୍ଟର ଫାଇନାଲରେ ପହଞ୍ଚିଗଲେଣି। ଏହି ୮ଟି ଟିମ୍ ଭିତରେ ୪ଟି ମ୍ୟାଚ୍ ଖେଳାଯିବ। ସେମିଫାଇନାଲର ଶେଷ ୪ଟି ଟିମ୍ କିଏ, ଏହି ମ୍ୟାଚ ଫୈସଲା କରିବ। ଜୁଲାଇ ୧୦ରେ ଫ୍ରାନ୍ସ ବନାମ ମରକ୍କୋ, ଜୁଲାଇ ୧୧ରେ ସ୍ପେନ ବନାମ ବେଲଜିୟମ, ଜୁଲାଇ ୧୨ରେ ନରଓ୍ୱେ ବନାମ ଇଂଲଣ୍ଡ, ଆର୍ଜେଣ୍ଟିନା ବନାମ ସ୍ୱିଜରଲ୍ୟାଣ୍ଡ ଭିତରେ ମୁକାବିଲା ହେବ।
