Dowry Gitanjali Case : ଗୀତାଞ୍ଜଳିଙ୍କ ଘଟଣାକୁ ନେଇ କଳାହାଣ୍ଡିରେ ହଇଚଇ
କଳାହାଣ୍ଡି ଜିଲ୍ଲାରେ ଯୌତୁକ ନିର୍ଯାତନା ଅଭିଯୋଗ। ପେଟ୍ରୋଲ ଢାଳି ଶ୍ୱଶୁର ନିଆଁ ଲଗାଇଥିବା ନେଇ ଗୀତାଞ୍ଜଳିଙ୍କ ବାପା ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
କଳାହାଣ୍ଡି ଜିଲ୍ଲା ଯୌତୁକ ନିର୍ଯାତନାର ଗମ୍ଭୀର ମାମଲା ସାମ୍ନାକୁ ଆସିଛି | କୋକସରା ଥାନା କ୍ଷେତ୍ରରେ ମହିଳାଜଣକ ନିଆଁରେ ପୋଡ଼ିଯିବା ଯୋଗୁଁ ଗମ୍ଭୀର ଭାବେ ଆହତ ହେବାର ଖବର ସାମ୍ନାକୁ ଆସିଛି | ମହିଳାର ଶଶୁର ଯୌତୁକ ଦାବି ପାଇଁ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇବାକୁ ଚେଷ୍ଟା କରିଥିବାର ଅଭିଯୋଗ ରହିଛି | ମିଳିଥିବା ସୂଚନା ଅନୁସାରେ , ଘଟଣା ପରେ ଆହତ ମହିଳା ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ପରେ ସ୍ବାସ୍ୟବସ୍ଥା ସଂକଟପୂର୍ଣ ହୋଇଥିବା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ,୨୦୨୧ରେ ବିବାହ ପରଠାରୁ ଯୌତୁକକୁ ନେଇ ଗୀତାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ଏବଂ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା | ଗତକାଲି ସନ୍ଧ୍ୟାରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଶ୍ୱଶୁରଙ୍କ ବିରୋଧରେ ସେ ଆମପାଣି ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି | ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଶ୍ୱଶୁରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି। ପୋଲିସର ତଦନ୍ତ ଶେଷ ହେବା ପରେ ହିଁ ଘଟଣା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିପାରିବ |
