ଏସପି ଅଫିସ ପରିସରରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ
ଢେଙ୍କାନାଳ: ନ୍ୟାୟ ନମିଳିବା ଅଭିଯୋଗରେ ଢେଙ୍କାନାଳ ଏସପି ଅଫିସ ପରିସରରେ ଅଭାବନୀୟ ଘଟଣା । ଆଇନ ଛାତ୍ର ଓ ତାଙ୍କ ପିତା ପେଟ୍ରୋଲ ଢାଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିବା ବେଳେ ପୋଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।

ଢେଙ୍କାନାଳ: ନ୍ୟାୟ ନମିଳିବାରୁ ବାପା ପୁଅଙ୍କ ଆତ୍ମାହୁତି ଉଦ୍ୟମ । ନ୍ୟାୟ ନମିଳିବା ଅଭିଯୋଗରେ ଢେଙ୍କାନାଳ ଏସପି ଅଫିସ ପରିସରରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା । ଆଇନ ଛାତ୍ର ଓ ତାଙ୍କ ପିତା ପେଟ୍ରୋଲ ଢାଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିବା ବେଳେ ପୋଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି। ଢେଙ୍କାନାଳ ଏସପି ଅଫିସ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ।ଘଟଣା ସମୟରେ ଏସପି ଅଫିସ ପରିସରରେ ହଠାତ୍ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପସ୍ଥିତ ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଭାପୁର ରାଣୀପାଳ ଗାଁର ପଦ୍ମନାଭ ରାଉତଙ୍କ ପରିବାର ଦୀର୍ଘଦିନ ଧରି ଏକ ବିବାଦୀୟ ମାମଲାରେ ନ୍ୟାୟ ପାଇଁ ପୋଲିସ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଆସୁଥିଲେ। ତେବେ ସେମାନଙ୍କ ଅଭିଯୋଗ ଅନୁଯାୟୀ, ମାମଲାରେ ପୋଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ସେମାନଙ୍କୁ ନ୍ୟାୟ ମିଳୁନଥିଲା। ଏହି କାରଣରୁ ଅସନ୍ତୋଷ ହୋଇ ବାପା-ପୁଅ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।ଘଟଣାକୁ ନେଇ ପରିବାର ପକ୍ଷରୁ ପୋଲିସ ବିରୋଧରେ ଅସନ୍ତୋଷ ପ୍ରକାଶ କରାଯାଇଥିବା ବେଳେ ଢେଙ୍କାନାଳ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମାମଲାର ସମସ୍ତ ଦିଗକୁ ଖତିଆନ କରାଯାଉଥିବା ସୂଚନା ମିଳିଛି।
