ସମ୍ପତ୍ତି ଓ ସମ୍ପର୍କକୁ ବିରୋଧ- ବାପାକୁ ମର୍ଡର କଲା ଝିଅ..
୨ ବର୍ଷ ତଳେ ସିଦ୍ଦପା ଚାକିରୀରୁ ଅବସର ନେଇଥିଲେ। ତାଙ୍କର ସମ୍ପତ୍ତି ବଣ୍ଟାକୁ କେନ୍ଦ୍ର କରି ଝିଅ ପ୍ରିୟଙ୍କା ସହ ତାଙ୍କର ଅନେକ ଥର ଝଗଡ଼ା ହୁଏ। କୋଭିଡ୍ ସମୟରେ ପ୍ରିୟଙ୍କାଙ୍କ ସ୍ୱାମୀ ସୁରେଶ ମସାଲିଙ୍କ ମୃତ୍ୟୁ ହୋଇସାରିଛି। ପରେ ବିଜୟପୁରାରେ ରହିବା ବେଳେ ଅଟୋ ଚାଳକ ସନ୍ତୋଷ ସିନ୍ଦେଙ୍କ ସହ ତାଙ୍କର ପ୍ରେମସମ୍ପର୍କ ବଢ଼ିଥିଲା। ହେଲେ ସିଦ୍ଦପା ଏ ସମ୍ପର୍କକୁ ବିରୋଧ କରୁଥିଲେ।

ପ୍ରପର୍ଟି , ପ୍ରେମ ଓ ପେନସନ ପାଇଁ ବାପାଙ୍କୁ ମର୍ଡର କରିଦେଲା ଝିଅ। କର୍ଣ୍ଣାଟକର ବିଜୟପୁରାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ନାଁ ସିଦ୍ଦପା ଅଞ୍ଜୁତଗି। ୬୨ ବର୍ଷର ଅବସରପ୍ରାପ୍ତ ଶିକ୍ଷକ। ବିଧବା ଝିଅ ପ୍ରିୟଙ୍କା ପାଖରେ ରହୁଥିଲେ। ପ୍ରିୟଙ୍କା ହେଉଛନ୍ତି ସିଦ୍ଦପାଙ୍କ ସାନ ଝିଅ। ସମ୍ପତ୍ତି ଓ ପେନସନ ଟଙ୍କା ଲାଗି ବାପାଙ୍କ ସହ ନିରନ୍ତର ଝଗଡ଼ା କରୁଥିଲା ପ୍ରିୟଙ୍କା। ଶେଷରେ ସବୁଦିନ ଲାଗି ଏ ଝଞ୍ଜଟ ଖତମ କରିଦେଲେ କାମ ସରିଲା ଭାବି ପ୍ରିୟଙ୍କା ବାପାଙ୍କୁ ମାରିବାକୁ ଯୋଜନା କଲା। ସିଦ୍ଦପା ଶୋଇଥିଲା ବେଳେ ପ୍ରିୟଙ୍କା ଓ ତା ପ୍ରେମିକ ସନ୍ତୋଷ ସିନ୍ଦେ ତାଙ୍କ ମୁହଁକୁ ତକିଆରେ ଚାପି ମାରିଦେଇଥିଲେ। ପରେ ପଥରରେ ମୁଣ୍ଡକୁ ଛେଚିଦେଇଥିଲେ। ସନ୍ତୋଷର ସାଙ୍ଗ ଗୁରୁରାଜା ବିରାଦର ବି ଏ ଘଟଣାରେ ସାମିଲ୍ ଥିଲା। ପୁଲିସର କହିବା କଥା, ସିଦ୍ଦପାଙ୍କ ଶହ ଚୌଡ଼ିହାଲ ରୋଡସ୍ଥିତ ପୁଜାରୀ ବସ୍ତି ପାଖ ରାସ୍ତାକଡ଼ରେ ମିଳିଥିଲା। ଆରମ୍ଭରୁ ଅଜ୍ଞାତ ଆକ୍ରମଣକାରୀଙ୍କ ଏ କାଣ୍ଡ ବୋଲି ଭାବି ଚାଲିଥିଲା ପୁଲିସ। କିଏ ମାରି ଫିଙ୍ଗିଦେଇଛି ବୋଲି ଭାବିଥିଲା। କିନ୍ତୁ ତଦନ୍ତରେ ସିଦ୍ଦପାଙ୍କ ସାନ ଝିଅର ବାବଦରେ ପ୍ରମାଣ ମିଳିଲା। ସିଦ୍ଦପାଙ୍କ ବଡ଼ ଝିଅ ନିଖିତା ପୁଲିସରେ ଏତଲା ଦେଇଥିଲେ। ଏହି ଅଭିଯୋଗ ଆଧାରରେ ତଦନ୍ତ ଆଗେଇବା ସହ ଧ୍ୟାନ ମୃତକଙ୍କ ସାନ ଝିଅ ଆଡ଼େ ମୁହାଁଇଥିଲା। ୨ ବର୍ଷ ତଳେ ସିଦ୍ଦପା ଚାକିରୀରୁ ଅବସର ନେଇଥିଲେ। ତାଙ୍କର ସମ୍ପତ୍ତି ବଣ୍ଟାକୁ କେନ୍ଦ୍ର କରି ଝିଅ ପ୍ରିୟଙ୍କା ସହ ତାଙ୍କର ଅନେକ ଥର ଝଗଡ଼ା ହୁଏ। କୋଭିଡ୍ ସମୟରେ ପ୍ରିୟଙ୍କାଙ୍କ ସ୍ୱାମୀ ସୁରେଶ ମସାଲିଙ୍କ ମୃତ୍ୟୁ ହୋଇସାରିଛି। ପରେ ବିଜୟପୁରାରେ ରହିବା ବେଳେ ଅଟୋ ଚାଳକ ସନ୍ତୋଷ ସିନ୍ଦେଙ୍କ ସହ ତାଙ୍କର ପ୍ରେମସମ୍ପର୍କ ବଢ଼ିଥିଲା। ହେଲେ ସିଦ୍ଦପା ଏ ସମ୍ପର୍କକୁ ବିରୋଧ କରୁଥିଲେ। ଯଦି ପ୍ରିୟଙ୍କା ସନ୍ତୋଷକୁ ବିବାହ କରନ୍ତି, ତାହେଲେ ସେ ନିଜ ସମ୍ପତ୍ତିରୁ ଭାଗ ଦେବେନି ବୋଲି ରୋକଠୋକ ମନା କରିଦେଇଥିଲେ। ଆଉ ଏଥିରେ କ୍ଷୁବ୍ଧ ଥିଲା ପ୍ରିୟଙ୍କା। ଅଗଷ୍ଟ ୧୫ରେ ବାପ ଝିଅଙ୍କ ଭିତରେ ପୁଣି ସମ୍ପତ୍ତିକୁ ନେଇ ଝଗଡ଼ା ହୋଇଥିଲା। ବିବାଦ ବଢ଼ିବାରୁ ପ୍ରେମିକ ସନ୍ତୋଷକୁ ଘରକୁ ଡାକିଥିଲା ପ୍ରିୟଙ୍କା। ପରେ ବିଳମ୍ୱିତ ରାତିରେ ସନ୍ତୋଷ ନିଜ ସାଙ୍ଗ ଗୁରୁରାଜକୁ ଡାକି ସିଦ୍ଦପା ଶୋଇଥିବା ଅବସ୍ଥାରେ ମାରିଦେଲେ। ରାସ୍ତା ଫଟାଇବା ପଥରରେ ମୁଣ୍ଡକୁ ଛେଚି ଦେଇ ଶବକୁ ରାସ୍ତା କଡ଼ରେ ଫିଙ୍ଗିଦେଇଥିଲେ। ଯେମିତି ପୁଲିସକୁ ଲାଗିବ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଛି। ହେଲେ ସବୁ ନାଟକ ଧରାପଡ଼ିଗଲା। ପ୍ରିୟଙ୍କା ଓ ସନ୍ତୋଷଙ୍କୁ ପୁଲିସ ଗିରଫ କରିଥିଲା ବେଳେ ଗୁରୁରାଜ ଫେରାର୍ ହୋଇଯାଇଛି। ତାକୁ ଧରିବାକୁ ପୁଲିସ ତନାଘନା ଚଳାଇଛି।
