Cooperative Society Scam : ସମିତି ଟଙ୍କାକୁ ନେଇ ବିବାଦ
ହଜାର ହଜାର ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୋଗରେ ସମିତି ସଦସ୍ୟଙ୍କ ଥାନାରେ ଅଭିଯୋଗ। ପୋଲିସ ହେପାଜତରେ ସୁଧାଂଶୁ ନାଥ, ତଦନ୍ତ ପରେ ଖୋଲିବ ଠକେଇର ପୂରା ଗୁମର!
ସମିତି ଗଠନ କରି ହଜାର ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ସମିତିର ସଦସ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି | ଏଭଳି ଏକ ଅଭିଯୋଗକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି | ସୂଚନା ମୁତାବକ, ରାଜକନିକା ବ୍ଲକ ଅନ୍ତର୍ଗତ ଆୟତନ ବଜାରରେ ସୁଧାଂଶୁ ନାଥ ଓରଫ ଟୁଲୁ ନାଥ ‘ରାଉତ ବର୍ତ୍ତନୀ ତ୍ରିନାଥ ସମିତି କେନ୍ଦ୍ର’ ନାମରେ ଏକ ସମିତି ଚଳାଉଥିବା ଅଭିଯୋଗ ହୋଇଛି | ଏହି ସମିତି ମାଧ୍ୟମରେ ରାଜକନିକା ଅଞ୍ଚଳର ହଜାର ହଜାର ଲୋକଙ୍କୁ ପ୍ରଲୋଭିତ କରି କୋଟି କୋଟି ଟଙ୍କା ଠକେଇ କରାଯାଇଥିବା ସମିତିର ସଦସ୍ୟମାନେ ଅଭିଯୋଗ କରିଛନ୍ତି | ଏହି ଘଟଣାକୁ ନେଇ ସମିତିର ସଦସ୍ୟମାନେ ରାଜକନିକା ଥାନାରେ ପହଞ୍ଚି ସୁଧାଂଶୁ ନାଥଙ୍କ ନାମରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି | ଅଭିଯୋଗ ଆଧାରରେ ପୋଲିସ ସୁଧାଂଶୁ ନାଥଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି | ଏହି ଘଟଣାରେ ପ୍ରକୃତରେ କେତେ ଟଙ୍କାର ଆର୍ଥିକ କାରବାର ହୋଇଛି, କେତେ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଅଭିଯୋଗର ସତ୍ୟତା କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ | ଏବେ ନ୍ୟାୟ ଅପେକ୍ଷାରେ କ୍ଷତିଗ୍ରସ୍ତ ସଦସ୍ୟମାନେ | ପୋଲିସ ତଦନ୍ତ ପରେ ଏହି ଘଟଣାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି |

