କୋଶଳା ଜଙ୍ଗଲରୁ ବ୍ରାଉନ୍ ସୁଗାର ଜବତ, ୫ଗିରଫ
ଅନୁଗୁଳ:ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଚନ୍ଦନନଗର ଜଙ୍ଗଲ ନିକଟରେ ବ୍ରାଉନ୍ ସୁଗାର କାରବାର ଚାଲୁଥିବା ବେଳେ ପୋଲିସ ଚଢାଉ କରି ଏକ ବଡ଼ ରାକେଟ୍ ଫାସ କରିଛି। ଏହି ଘଟଣାରେ ମୋଟ ୫ଗିରଫ ।, ଯାହାମଧ୍ୟରେ ମାଷ୍ଟରମାଇଣ୍ଡ ମଧ୍ୟ ଥିବା ସୂଚନା ମିଳିଛି।
ଅନୁଗୁଳ: ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ, ୫ଗିରଫ । ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଚନ୍ଦନନଗର ଜଙ୍ଗଲ ନିକଟରେ ବ୍ରାଉନ୍ ସୁଗାର କାରବାର ଚାଲୁଥିବା ବେଳେ ପୋଲିସ ଚଢାଉ କରି ଏକ ବଡ଼ ରାକେଟ୍ ଫାସ କରିଛି। ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି, ଯାହାମଧ୍ୟରେ ମାଷ୍ଟରମାଇଣ୍ଡ ମଧ୍ୟ ଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କାର୍ଡ ଓ ଛେଣ୍ଡିପଦା ପୋଲିସ ମିଳିତ ଭାବେ ଆଜି କୋଶଳା ଚନ୍ଦନନଗର ନିକଟସ୍ଥ ଜଙ୍ଗଲରେ ମିଳିତ ଭାବେ ଅଚାନକ ଚଢାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ କୋଶଳା ଗାଈଖାଇସାହିର ପପୁନ ସାହୁ ଓ କଂଶନାଳି ଗ୍ରାମର ସନ୍ଦୀପ ପ୍ରଧାନଙ୍କ ଅଟକ ରଖାଯାଇଥିଲା। ତଲାଶି ସମୟରେ ସେମାନଙ୍କ ନିକଟରୁ ୧୧ ଗ୍ରାମ ୮ ମିଲିଗ୍ରାମ ବ୍ରାଉନ୍ ସୁଗାର, ୧୫,୩୭୦ ଟଙ୍କା ନଗଦ ଓ ଏକ ବୁଲେଟ୍ ମୋଟରସାଇକେଲ ଜବତ କରାଯାଇଛି। ପରେ ସେମାନଙ୍କ ବୟାନ ଆଧାରରେ ଅନୁଗୁଳ ରାଜକିଶୋରପଡ଼ାର ଦୀପକ ପ୍ରଧାନ, ଅମଲାପଡ଼ାର କୁରେଶା ବିବି ଓ କାଜଲ ପରବିନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ପୋଲିସ ଏହି ଘଟଣାରେ ଛେଣ୍ଡିପଦା ଥାନା କେସ ନମ୍ବର ୨୯୧/୨୬ ରୁଜୁ କରି ଆଗାମୀ ତଦନ୍ତ ଜାରି ରଖିଛି। ଏହି ରାକେଟ୍ ପଛରେ ଆଉ କିଏ କିଏ ଜଡିତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି।
