ଗଛରେ ପିଟି ହେଲା ବାଇକ ୧ ମୃତ ୨ ଗୁରୁତର
ଢେଙ୍କାନାଳ:ମହାବିରୋଡ଼ ଥାନା ଅଞ୍ଚଳର କମର– ଗଛରେ ବାଇକ୍ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
B
By BHAKTILATA BARALPublished: Jun 17, 2026, 02:42 PM •1 min read •3 Views

ଢେଙ୍କାନାଳ: ଗଛରେ ବାଇକ ପିଟି ହୋଇ ୧ ମୃତ ୨ ଜଣ ଗୁରୁତର । ମହାବିରୋଡ଼ ଥାନା ଅଞ୍ଚଳର କମର– ଗଛରେ ବାଇକ୍ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ମହାବିରୋଡ଼ ଥାନା ମଦରଙ୍ଗାମୁଣ୍ଡା ଗାଁର ପୃଥିବୀ ନାଏକ। ଗୁରୁତର ଆହତମାନେ ସତ୍ୟ ପଧାନ ମହାବିରୋଡ଼ ଗାଁ ଏବଂ ସରୋଜ ନାଏକ ମଦରଙ୍ଗାମୁଣ୍ଡା ଗାଁ ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ, ତିନିଜଣ ଯୁବକ ଏକ ଆପାଚି ବାଇକ୍ରେ ପରଜଙ୍ଗ ଦିଗକୁ ଯାଉଥିବାବେଳେ ଅସାବଧାନତା କାରଣରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୃଥିବୀ ନାଏକଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟେଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
