Malkangiriଓଡ଼ିଶାଦୁର୍ଘଟଣା

ଗଛରେ ପିଟିହେଲା ପିକ୍ଅପ୍ ଭ୍ୟାନ, ଡ୍ରାଇଭର ମୃତ

ମାଲକାନାଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍ଅପ୍ ଭ୍ୟାନ । ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ନାୟକଗୁଡା ନିକଟରେ । ଗାଡିଟି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଗାଡିରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ଚାଲିଛି ।

ସୂଚନା ଅନୁଯାୟୀ, ପିକ୍ଅପ୍ ଭ୍ୟାନଟି ମାଲକାନାଗିରି ରୁ ଜୟପୁର ଅଭିମୁଖେ ଯାତ୍ରା କରୁଥଲା । ଗାଡିଟି ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଏବଂ ଭାଙ୍ଗି ଚୁରମାର ହୋଇଯାଇଥିଲା ।  ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ଡ୍ରାଇଭରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସଫଳତା ମିଳିନଥିଲା । ଶେଷରେ ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜାରିରଖିଛି । ସୂଚନାଯୋଗ୍ୟ ଡ୍ରାଇଭରଙ୍କୁ ଗାଡିରୁ ବାହାର କରିବା ପାଇଁ କଟର ମେସିନର ବ୍ୟବହାର କରାଯାଉଛି ।

ଗାଡିଟି ଦୁର୍ଘଟଣାଗ୍ରସ୍ଥ କାହିଁକି ହେଲା । ଡ୍ରାଇଭର ନିଶାସକ୍ତ ଥିଲେ କି ଅବା ଗାଡିର ବ୍ରେକଫେଲ ହୋଇଥିଲା । ଏହା ପୋଷ୍ଟମୋର୍ଟମ ହେବାପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।  

Leave a Reply

Your email address will not be published.

Back to top button