Latest NewsNATIONAL

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା : ଜାଣନ୍ତୁ କଣ ମିଳିବ ସନ୍ଦେଶ!

ଭୂବନେଶ୍ବର,(ଜଗଦାନନ୍ଦ ପ୍ରଧାନ):ମଙ୍ଗଳବାରଠାରୁ ତିନି ଦିନ ପାଇଁ ଲୋକସଭାରେ ଅବିଶ୍ବାସ ପ୍ରସ୍ତାବ ଉପରେ ଆଲୋଚନା ହେବ। ମଣିପୁର ହିଂସା ଉପରେ ସଂସଦର ଉଭୟ ଗୃହରେ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବି କରି ଆସୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ୍ ରହିଥିବାରୁ ବିରୋଧୀ ଦଳଗୁଡିକ ଆକ୍ରମଣାତ୍ମକ ହୋଇଊଠିଛନ୍ତି। ଗୃହରେ ମଣିପୁର ପ୍ରସଙ୍ଗରେ ବିରୋଧୀଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଭାଙ୍ଗିବା ସହ ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ବାଧ୍ୟ କରିବାକୁ ବିରୋଧୀଦଳଗୁଡିକ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା କୁହାଯାଊଛି.। ବିରୋଧୀଦଳ ଭଲ କରି ଅବଗତ ଅଛନ୍ତି ଯେ ଗୃହରେ ସେମାନଙ୍କ ସପକ୍ଷରେ  ସଂଖ୍ୟା ନାହିଁ, ତଥାପି ଏହି ପ୍ରସଙ୍ଗରେ ସରକାରଙ୍କୁ କୋଣଠେସା କରିବା ସହ ଦରବୃଦ୍ଧି,ହରିଆଣା ହିଂସାକାଣ୍ଡ ଆଦି ବିଭିନ୍ନ ପ୍ରସଙ୍ଗରେ  ବିରୋଧୀଦଳଗୁଡିକ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୁଁହ ଖୋଲିବା ପାଇଁ  ବାଧ୍ୟ କରିବାକୁ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ଅନାସ୍ଥା ପ୍ରସ୍ତାବର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ

ପ୍ରଥମଇଣ୍ଡିଆ ମେଣ୍ଟ କେତେ ଏକଜୁଟ? ଅନାସ୍ଥା ପ୍ରସ୍ତାବର ଗତିବିଧି ଉପରେ ଆଲୋଚନା ବେଳେ ବିରୋଧୀ  ମେଣ୍ଟ ଇଣ୍ଡିଆ ସଦସ୍ୟମାନଙ୍କ ମଧ୍ୟରେ  ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କୁ ଘେରାଊ କରିବାକୁ  କେତେ ତାଳମେଳ ରହୁଛି ଓ ମେଣ୍ଟ ମଧ୍ୟରେ କିଭଳି ସମନ୍ୱୟ ରଖି ଶାସକ ଦଳ ମେଣ୍ଟ ଊପରେ ଚାପ ପକାଊଛନ୍ତି ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ କଥା । ଉଲ୍ଲେଖନୀୟ କଥା ହେଲା, ବିରୋଧୀ ଦଳଗୁଡିକ ଇଣ୍ଡିଆ ମେଣ୍ଟ ଗଠନ କରିବା ପରଠାରୁ  ସେମାନଙ୍କ ମଧ୍ୟରେ କିଛି ପ୍ରସଙ୍ଗରେ  ପାର୍ଥକ୍ୟ ଦେଖାଦେବା ସହ ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହେଊଥିବାର ଖବର ମିଳିଥିଲା ।ସେ  ଶରଦ ପାୱାର ହୁଅନ୍ତୁ, କିମ୍ବା ନୀତୀଶ କୁମାର,  ମମତା ବାନାର୍ଜୀ କିମ୍ବା କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ବହୁ ସମୟରେ  ବିଭିନ୍ନ ପ୍ରସଙ୍ଗକୁ ନେଇ  ମତଭେଦ  ଓ କଳହ ଲାଗି ରହିଥିବା ଦେକା ଦେଇଥିଲା ମେଣ୍ଟ ଗଠନ ହେବାପରେ ଏହି ଦଳ ବା ନେତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଏକତାର ଅଭାବ ରହିଥିବା ପରିଲକ୍ଷିତ ହେଊଛି।ଏଭଳି ପରିସ୍ଥିତିରେ ଯଦି ସମସ୍ତ ବିରୋଧୀ ଦଳ ଗୃହରେ ଏକଜୁଟ ହୋଇ ସରକାରଙ୍କୁ ଗୋଟିଏ ସ୍ୱରରେ ଘେରି  ମଣିପୁର ପ୍ରସଙ୍ଗ ଉପରେ ଚାପ ପକାଇବାକୁ ଚେଷ୍ଟା କରନ୍ତି, ତେବେ ଏହା ବିରୋଧୀ ଦଳ ମଧ୍ୟରେ ଏକତା ଥିବାକୁ  ପ୍ରତିପାଦିତ କରିବ  ।

 ଦ୍ବିତୀୟତଃ ବିରୋଧୀଙ୍କ ମଣିପୁର ପ୍ରସଙ୍ଗ ଉପରେ ନା ନଅ ବର୍ଷର ଶାସନ ଊପରେ ରହିବ ଫୋକସ?ଯେହେତୁ ବିରୋଧୀ ମଣିପୁର ଉପରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଏଥିରୁ ସ୍ପଷ୍ଟ ଯେ ଏହାର ଧ୍ୟାନ କେବଳ ମଣିପୁର ପ୍ରସଙ୍ଗ ଉପରେ ହିଁ ରହିବ। ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ନିର୍ବାଚନ ସମୟରେ ​​ଡବଲ ଇଞ୍ଜିନ କଥା କହି  ଗଦଗଦ ହେବା ସହ ସରକାର ମଧ୍ୟ ଗଠନ କରିଛନ୍ତି। ଏଭଳି ପରିସ୍ଥିତିରେ ମଣିପୁରର ଘଟଣାକୁ ନେଇ ଡବଲ ଇଞ୍ଜିନ ସରକାର କିଭଳି ଫେଲ ମାରିଲେ ବିରୋଧୀମାନେ ଏହାକୁ ଉଠାଇବାକୁ ଊଦ୍ୟମ କରିବେ । ଏହା ବ୍ୟତୀତ ହରିୟାଣାରେ ଦେଖା ଦେଇଥିବା ସାଂପ୍ରଦାୟିକ ଦଙ୍ଗା, ମୂଲ୍ୟ ବୃଦ୍ଧି, ମଣିପୁର ସରକାରଙ୍କୁ ନ୍ୟାୟପାଳିକାରୁ ଲାଗିଥିବା ଝଟକା, ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକ  ଉପରେ ହେଊଥିବା ଆକ୍ରମଣ, ଏଜେନ୍ସିଗୁଡିକ ପକ୍ଷରୁ ବିଭିନ୍ନ ବିରୋଧୀ ନେତାଙ୍କ ଊପରେ ହେଊଥିବା କାର୍ଯ୍ୟାନୁଷ୍ଠାନ ତଥା ନଅ ବର୍ଷର ଶାସନକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଊଦ୍ୟମ କରିବେ। ଯଦି ବିରୋଧୀ ମଣିପୁର ବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି, ତେବେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିବ। ଆଊ ପ୍ରଧାନମନ୍ତ୍ରୀ ମଣିପୁର ପରିବର୍ତ୍ତେ ଅନ୍ୟ ସବୁ ପ୍ରସଙ୍ଗଗୁଡିକ ଊପରେ ଉତ୍ତର ରଖିବେ, ଯାହା କି ତାଙ୍କ ପାଇଁ ଏକ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିବ।

ତୃତୀୟପ୍ରଧାନମନ୍ତ୍ରୀ ମୋଦୀ ସୁଯୋଗକୁ କିପରି ବ୍ୟବହାର କରିବେ?ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଅନାସ୍ଥା ପ୍ରସ୍ତାବର ଜବାବ ଦେଇ ଦେଶରେ ଲୋକଙ୍କ ମଧ୍ୟରେ ଏକ ଧାରା ସୃଷ୍ଟି କରିବାକୁ ଚେଷ୍ଟା କରିବେ, ଯେଉଁଠି ସେ କହିବାକୁ ସୁଯୋଗ ପାଇବେ  ଯେ ସରକାର ଦେଶର ଊନ୍ନତ୍ତି ବା ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଦେଶ ବିକାଶମୂଳକ କାର୍ଯ୍ୟରେ ନିରନ୍ତର ସଫଳତାର ସିଡି ହାସଲ କରିଥିବାବେଳେ ବିରୋଧୀ ଦଳଗୁଡିକ ଏହାକୁ ସହ୍ୟ କରି ନପାରି ସରକାରଙ୍କୁ ଏକ ନକାରାତ୍ମକ ମନୋଭାବ ପୋଷଣ କରି ନୀଚା ଦେକାଇବାକୁ ଊଦ୍ୟମ କରୁଛନ୍ତି।ସେ ଅ ସଂପର୍କରେ ନିକଟରେ ତାଙ୍କ ‘ମନ୍ କି ବାତ’ ପ୍ରୋଗ୍ରାମରେ ମଧ୍ୟ କହିଥିଲେ। ଏହା ବ୍ୟତୀତ ଯଦି ବିରୋଧୀଦଳଗୁଡିକ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ  ଅଣ-ବିଜେପି ଶାସିତ ରାଜ୍ୟଗୁକର ତଥା ସେଠାରେ ଥିବା ସରକାରଙ୍କ କାର୍ଯ୍ୟକଳାପ ଉପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା କଥାକୁ ଊଠାଇବାକୁ ଚେଷ୍ଟା କରିବେ। ଗୋଟିଏ ପଟେ ସେ ତାଙ୍କର ନଅ ବର୍ଷର ଶାସନର ସଫଳତାକୁ ନେଇ ବଖାଣିବାକୁ ଚେଷ୍ଟା କରିବେ, ଅନ୍ୟପକ୍ଷରେ ସେ ମଧ୍ୟ ବିରୋଧୀ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିବେ ଯେ କେନ୍ଦ୍ର ସରକାରଙ୍କ ଯୋଜନାକୁ ସେମାନଙ୍କ ରାଜ୍ୟରେ କିପରି ରୋକ ଲଗାଊଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉତ୍ତରରେ ଯଥାସମ୍ଭବ ବିରୋଧୀଙ୍କୁ ଟାର୍ଗେଟ କରିବେ, ଯାହା ଦ୍ବାାରା ବିରୋଧୀଦଳର ଅଭିଯୋଗ ତଥା ବିରୋଧୀ ଦଳର ଏଜେଣ୍ଡାକୁ ତୀକ୍ଷ୍ଣ ତଥା ବ୍ୟବସ୍ଥିତ ଉତ୍ତର ଦେଇ ସେ ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେଇପାରିବେ ଯେ ବିରୋଧୀଙ୍କ ଦାବିର କୌଣସି ଯଥାର୍ଥତା  ନାହିଁ ଏବଂ ତାଙ୍କ ସରକାର ଭଲ କାର୍ଯ୍ୟ କରୁଛନ୍ତି |

ଚତୁର୍ଥ  NDA ଟ୍ରେଲର  । ଅନ୍ୟପକ୍ଷରେ ଗୃହରେ ଅନାସ୍ଥା ପ୍ରସ୍ତାବ ସଂପର୍କୀୟ ଆଲୋଚନାବେଳେ ବିରୋଧୀଙ୍କ ମଧ୍ୟରେ ଏକତା ରହିଛି କି ନାହିଁ ଏ ସଂପର୍କରେ ଜଣାପଡିବ।ଏହା ବ୍ୟତୀତ  ଗ୍ରେଟର ଏନଡିଏର ଟ୍ରେଲର ମଧ୍ୟ ଦେଖିବାକୁ ମିଳିବ । ଅନାସ୍ଥାପ୍ରସ୍ତାବ ଆଲୋଚନାବେଳେ ଏହା ଦେଖିବାକୁ ପଡିବ ଯେ ସମସ୍ତ ଏନଡିଏ ଅଂଶୀଦାର ଦଳଗୁଡିକ ଶାାସକ ଦଳ ସହିତ କିପରି ମଜଭୂତି  ସହିତ ଛିଡା ହୋଇ ରହିଛନ୍ତି। । ଏଥିମଧ୍ୟରେ ଅକାଳୀ ଦଳ, YSR କଂଗ୍ରେସ, ବିଜେପି ଏବଂ ଟିଡିପି ଭଳି ଦଳର ସହଯୋଗରେ ଏନଡିଏର ପଲା ଭାରି ରହିବ। ଯଦିଓ ଏହିପରି ଅନେକ ପାର୍ଟୀ ମଧ୍ୟ ଏନଡିଏରେ ଅନ୍ତର୍ଭୁକ୍ତ, ଯାହାର କୌଣସି ସଦସ୍ୟ ଗୃହରେ ନାହାଁନ୍ତି। ସେ ପଟେ ଶିବସେନା ଏବଂ ଏନସିପି ଭଳି ଦଳରେ ବିଭାଜନ ହେତୁ ଏନଡିଏକୁ ଆସିଥିବା ନେତାଙ୍କ ମାଧ୍ୟମରେ ବିଜେପି ନିଜର କ୍ୟାମ୍ପକୁ ଦୃଋ ଏବଂ ଏକଜୁଟ ରଖିବାକୁ  ଚେଷ୍ଟା କରିବ।

ମଣିପୁର ପ୍ରସଙ୍ଗରେ ଉପରେ ଆସିଥିବା ଅନାସ୍ଥାପ୍ରସ୍ତାବ ଆଲୋଚନା ମାଧ୍ୟମରେ  ଲୋକସଭାରେ ଊଭୟ ବିରୋଧୀ ଏବଂ ଶାାସକ ଦଳଙ୍କ 2024 ପାଇଁ ତ କିଛି ସଙ୍କେତ ମିଳିଯିବ। ଗତ 2018 ମସିହାରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାବେଳେ ମୋଦୀ  ଯେଭଳି  ଭବିଷ୍ୟବାଣୀ କରିଥିଲେ  ଯେ ତାଙ୍କ ସରକାର ପୁନର୍ବାର ଫେରିବ ବୋଲି କହିବେ।ସେହିଭଳି ମୋଦୀକୁ ସବୁ ବିରୋଧୀ ଦଳ ମିଶିକରି ଯେଭଳି ଘେରିବାକୁ ଊଦ୍ୟମ କରୁଛନ୍ତି,ଏକ ଅକେଲେ ମୋଦୀ ବିରୋଧୀକୁ ମୁକାବିଲା କରିବାକୁ ସକ୍ଷମ ଥିବା ନେଇ ସେ କହି ପାରନ୍ତି ବୋଲି ଆଶା କରାଯାଊଛି।

Related Articles

Leave a Reply

Your email address will not be published.

Back to top button