ଓଡ଼ିଶାଭୁବନେଶ୍ୱରରାଜନୀତି

ଆଉ ନାହାନ୍ତି ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

TRILOCHNA KANUNGO DEATH_PKG

 ()ଆଉ ନାହାନ୍ତି ପୂର୍ବତନ ସାଂସଦ, ବିଶିଷ୍ଟ ଶିକ୍ଷାବିତ ତଥା ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ। ୮୩ ବର୍ଷ ବସୟରେ ତାଙ୍କର ନିଧନ ହୋଇଯାଇଛି । ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମରଶରୀରକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ସବୁଠି ଶୋକର ଛାୟା ଖେଳିଯାଇଛି । ଆସନ୍ତା ରବିବାର ଦିନ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଆଉ ନାହାନ୍ତି ପୂର୍ବତନ ସାଂସଦ, ବିଶିଷ୍ଟ ଶିକ୍ଷାବିତ ତଥା ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ। ୮୩ ବର୍ଷ ବସୟରେ ତାଙ୍କର ନିଧନ ହୋଇଯାଇଛି । ବ୍ରେନଷ୍ଟୋକରେ ଆକ୍ରାନ୍ତ ହୋଇ ଗତ ମାର୍ଚ୍ଚ ୩୦ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ସେ ଶୁକ୍ରବାର ସକାଳ ୭ଟାରେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ସବୁଠି ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ବିଧାନସଭା ପରିସରରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ମରଶରୀରକୁ ଦିଆଯାଇଛି ଗାର୍ଡ଼ ଅଫ ଅନର । ବାଚସ୍ପତିଙ୍କ ସହିତ ଅନେକ ବରିଷ୍ଠ ନେତା ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ମରଶରୀରକୁ କଟକ ମହାନଗର ନିଗମ ର ବିଜୁ ଭବନ କୁ ନିଆଯାଇଥିଲା । ସେଠାରେ କଟକ ଜିଲ୍ଲାପାଳ,ସିଏମସି କମିଶନର, ମେୟର, ଡେପୁଟି ମେୟର, ପୂର୍ବତନ ବିଧାୟକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ କଟକ ଶେଖ ବଜାର ଘରକୁ ନିଆଯାଇ ଥିବା ବେଳେ ସେଠାରେ ବନ୍ଧୁବାନ୍ଧବ ଙ୍କ ଠାରୁ ଆରମ୍ଭ କରି ଆତ୍ମୀୟସ୍ୱଜନ ସ୍ବର୍ଗତ କାନୁନଗୋ ଙ୍କ ଶେଷ ଦର୍ଶନ କରିଥିଲେ । ଏହାପରେ ଅଡଶପୁରସ୍ଥିତ ୟୁଏନ କଲେଜର ଅଭିମୁଖେ ମୃତଦେହ ନିଆଯାଥିଲା। ସେଠାରେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ମର ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି । ଏବଂ ବିଦେଶରେ ଥିବା ଝିଅ ଜ୍ୱାଇଁ ଆସିବା ପରେ ଆସନ୍ତା ରବିବାର ଦିନ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂମ୍ପନ୍ନ କରାଯିବ ବୋଲି ସ୍ବର୍ଗତ କାନୁନଗୋ ଙ୍କ ଭାଇ ପଞ୍ଚାନନ କାନୁନଗୋ ସୂଚନା ଦେଇଛନ୍ତି ।

ତେବେ ଓଡିଶାର ବେଶ ପରିଚିତ ଚେହେରା ଥିଲେ ତ୍ରିଲୋଚନ କାନୁନଗୋ । ସେ 1940 ମସିହା ନଭେମ୍ବର 24 ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଜଗତସିଂହପୁର ଲୋକସଭା ଆସନରୁ ସେ 1999 ମସିହାରେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ସେ 3 ଥର ବିଧାୟକ ଥରେ ସାଂସଦ ନିର୍ବାଚିତ ହୋଇଥିଲେ । କଟକ ଅଡ଼ଶପୁର ୟୁଏନ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭାବେ ଭୂମିକା ନିର୍ବାହ କରୁଥିଲେ । ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ତେବେ ତ୍ରିଲୋଚନ କାନୁନଗୋଙ୍କ ମୃତ୍ୟୁରେ ସବୁଠି ଶୋକର ଛାୟା ଖେଳିଯାଇଛି । ତ୍ରିଲୋଚନ କାନୁନଗୋ କଟକ ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published.

Back to top button