ପାଣିପାଗ ଓ ପରିବେଶ

ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଓଡିଶା ଏକ ନମ୍ୱର

ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଓଡିଶା ଏକ ନମ୍ୱର । ଓଡିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ପରିବେଶ ଦୁଷିତ ହେବା ସହିତ ଅଙ୍ଗାରକାମ୍ଲ ଗ୍ୟାସର ପରିମାଣ ମାତ୍ରାଧିକ ବୃଦ୍ଧି ପାଇଛି । ଲୋକସଭାରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପିରବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ।

ଓଡିଶାରେ ଘଟୁଛି ସବୁଠାରୁ ଅଧିକ ବନାଗ୍ନି । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ତଥ୍ୟ କହଛି ୨୦୨୦ ନଭେମ୍ୱର ମାସ ଠାରୁ ୨୦୨୧ ଜୁନ ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୪୫ ହଜାର ୯୮୯ ଟି ବନାଗ୍ନି ଘଟଣା ଘଟିଥିଲା । ସେଥିମଧ୍ୟରୁ ଓଡ଼ିଶାରେ ୫୧ ହଜାର ୯୬୮ ଜଙ୍ଗଲରେ ନିଆଁ ଲାଗିଥିଲା । ଯାହା ସମଗ୍ର ଦେଶରେ ସର୍ବାଧିକ I ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ମଧ୍ୟ ପ୍ରଦେଶ । ନଭେମ୍ୱର ୨୦୨୦ ରୁ ଜୁନ ୨୦୨୧ ମଧ୍ୟରେ ମଧ୍ୟ ପ୍ରଦେଶରେ ବନାଗ୍ନି ସଖ୍ୟା ୪୭,୭୯୫ ରହିଥିଲା । ଏହା ପଛକୁ ଛତିଶଗଡରେ ୩୮,୧୦୬ ଜଙ୍ଗଲ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ସେହିପରି ମହରାଷ୍ଟ୍ରରେ ୩୪,୦୨୫, ଝାଡଖଣ୍ଡରେ ୨୧,୭୧୩, ଉତ୍ତରାଖଣ୍ଡରେ ୨୧,୪୮୭, ଆନ୍ଧ୍ରପ୍ରଦେଶରେ ୧୯,୩୨୮, ତେଲେଙ୍ଗାନାରେ ୧୮,୨୩୭, ମିଜୋରାମରେ ୧୨,୮୪୬, ଆସାମରେ ୧୦,୭୧୮ ଏବଂ ମଣିପୁରରେ ୧୦,୪୫୭ ଜଙ୍ଗଲ ନିଆଁ ଘଟିଥିବା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପିରବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି ଏହି ବର୍ଷ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୬.୩୪ ନିୟୁତ ଟନ୍‍ରୁ ୧୨୩.୮୪ ନିୟୁତ ଟନ୍‍କୁ ବୃଦ୍ଧି ପାଉଥିବା ଆକଳନ କରାଯାଇଛି । ପ୍ରତିବର୍ଷ ନଭେମ୍ବରରୁ ମଇମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢିବାରେ ଲଗିଛି । ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡିବା ଦ୍ୱାରା ଅଗ୍ନିକାଣ୍ଡ ଘଟୁଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳଭାଗରେ ପରିଲକ୍ଷିତ ହୋଇଥାଏ ଏବଂ ଏହାଦ୍ୱାରା ସବୁଜିମା ନଷ୍ଟ ହୋଇଥାଏ । ଏଫ୍‍ସିଆଇ ପକ୍ଷରୁ ପଞ୍ଜିକୃତ ବ୍ୟକ୍ତିଙ୍କ ନିକଟକରୁ ଜଙ୍ଗଲ ନିଆଁ ସଂକ୍ରାନ୍ତରେ ସତର୍କ ସୂଚନା ପଠାଯାଇଥାଏ । ଏହା ସତ୍ୱେ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ପରିବେଶବିତ ମହଲରେ ଚିନ୍ତା ଖେଳି ଯାଇଛି I

Related Articles

Leave a Reply

Your email address will not be published.

Back to top button