ଓଡ଼ିଶାଧର୍ମ

ଝିପି ଝିପି ବର୍ଷା ସତ୍ୱେ ଭକ୍ତଙ୍କ ଆଡ଼ପ ଦର୍ଶନ

ପୁରୀ : ଭକ୍ତର ଡ଼ୋରିରେ ବନ୍ଧା ଭାବଗ୍ରାହୀ । କାଳିଆ ଯେଉଁଠି ଗହଳି ସେଇଠି । ଶ୍ରୀମନ୍ଦିର ଏବେ ଖାଁ ଖାଁ । ହସୁଛି ଶ୍ରୀଗୁଣ୍ଡିଚା ମନ୍ଦିର । ଶରଧାବାଲି ଏବେ ଲୋକାରାଣ୍ୟ । ଆଜି ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି । ପ୍ରଭୁ ଇନ୍ଦ୍ର ଦେବ ପୁଷ୍ପ ବୃଷ୍ଟି କରି ଜଳ ସିଞ୍ଚନ କରୁଛନ୍ତି । ବ୍ରହ୍ମାଣ୍ଡ ଠାକୁର ଜନ୍ମବେଦିରେ ବିରାଜମାନ କରିଛନ୍ତି । ରଥଯାତ୍ରା ଦେଖିବା ପାଇଁ ସ୍ଵର୍ଗପୁରରେ ତେତିଶି କୋଟି ଦେବତା ଚାହିଁ ରହିଛନ୍ତି । ଏଣେ ଭକ୍ତ ମାନେ ବଡ଼ଶଙ୍ଖ ଠାରୁ ଲମ୍ବା ଧାଡ଼ିରେ ଯାଇ ପ୍ରଭୁଙ୍କ ଆଡ଼ପ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଆଡ଼ପ ଅବଢା ପାଇ ଭକ୍ତ ଆନନ୍ଦିତ ହୋଇଛନ୍ତି । ଆଜି ହେରା ପଞ୍ଚମୀ ଥିବାରୁ ଶରଧାବାଲିରେ ହେରାପଞ୍ଚମୀ ଭଜନ ଓ ମା ଲକ୍ଷ୍ମୀ ନନ୍ଦିଘୋଷ ରଥକାଠ ଭାଙ୍ଗିବା ନୀତି ଦର୍ଶନ ପାଇଁ ଭକ୍ତ ଅଟକି ରହିଛନ୍ତି । ଆସନ୍ତାକାଲି ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହେବ । ଏଥିପାଇଁ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାରରୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ଵାର ଠାରେ ରଖାଯିବ । ଶରଧାବାଲି ପିଚୁ ହୋଇଯାଇଥିବାରୁ ଦକ୍ଷିଣମୋଡ଼ ପାଇଁ ପିଚୁ ଉପରେ ବାଲି ବିଛାଯାଇଛି

Leave a Reply

Your email address will not be published.

Back to top button