ଅପରାଧଓଡ଼ିଶା

କୋଡ଼ିଏ ଲକ୍ଷ୍ୟ ଠକେଇ ମାମଲାରେ ବାର ଲକ୍ଷ୍ ଅଠା ଅଶୀ ହଜାର ଜବତ 5 ଗିରଫ

ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ପୋଲିସ କୁ ମିଳିଛି ଏକ ବଡ ସଫଳତା । ୨୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବଦଳରେ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ପାଇ ରାତା ରାତି କୋଟି ପତି ହେବା ସ୍ବପ୍ନ ଦେଖୁଥିଲେ ସୋନପୁର ର ରାଜେଶ୍ ମେହେର ଓ ତାଙ୍କର ଜଣେ ଭୂବନେଶ୍ଵର ସାଙ୍ଗ ମନୋଜ ବ୍ରହ୍ମା । କିନ୍ତୁ ପରିଶେଷ ରେ ହୋଇଥିଲେ ବଡ଼ ଠକାମୀର ଶିକାର । ସୋନପୁର ର ଗୋଟେ ହୋଟେଲ ରେ ହୋଇଥିଲା ଡ଼ିଲ ସ୍ଥାନୀୟ ଘୋଡୋଘାଟ ପଡା ର ଯୋଗେଶ୍ୱର ବେହେରା, ବରଗଡ଼ ର ଟଙ୍କଧର ବେହେରା ଓ ଶିବ ମେହେର, ଗଞ୍ଜାମର ବି ତ୍ରିନାଥ ରାଓ ଓ ଏ ସନ୍ତୋଷ ମିଶି ବିଛାଇ ଥିଲେ ଠକାମୀର ଜାଲ ।

ରାଜେଶ୍ ମେହେର ଟଙ୍କା ବେଗ ଧରି ପହଞ୍ଚି ଯାଇଥିଲେ ଜିଲ୍ଲାପାଳଜିଲ୍ଲାପାଳ କାର୍ଯ୍ୟାଳୟ ଆଗକୁ ଓ ଅଭିଯୁକ୍ତ ଏକ ଗାଡିରେ ରାଜେଶ୍ ଙ୍କ ଠୁ ୫୦୦ ଟଙ୍କିଆ ନୋଟଥିବା ବେଗ ଗ୍ରହଣ କଲେ। ଠିକ୍ ସେହି ସମୟରେ ପ୍ଲାନ ମୁତାବକ ଅନ୍ୟ ଅଭିଯୁକ୍ତ ଏକ ସ୍କର୍ପିଓ ଗାଡ଼ି ରେ ପୋଲିସ ସାଇରନ ଦେଇ ଘଟଣା ସ୍ଥଳ କୁ ଆସିଥିଲା ଓ ରାଜେଶ୍ ମେହେର ଙ୍କୁ ପୋଲିସ ଆସୁଛି ଅନ୍ୟ ଜାଗାକୁ ଆସି ୨୦୦୦ ଟଙ୍କିଆ ନୋଟ୍ ନେବ କହି ଖସି ଯାଇ ଥିଲେ ଅଭିଯୁକ୍ତ। ତାପରେ ଠକାମିର ଶିକାର ହୋଇଥିବା ରାଜେଶ ମେହେର ସୋନପୁର ଥାନାରେ ଲିଖିତ ଅଭିଯୋଗ କଲେ । ସୋନପୁର ପୋଲିସ କେସ ନମ୍ବର ୧୮୧/୩୦.୭.୨୩ ରେ ଦଫା ୪୨୦/୧୨୦(ବି) (ଅନୁସାରେ ଠକେଇ ମାମଲା ରୁଜୁକରି ପରେ ୪୨୦/୪୬୮ /୪୭୧ ଓ ୧୩୦ (ବି) ରେ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ କରିଥିଲେ। ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏହି ଘଟଣା କୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇ ତନାଘନା ଆରମ୍ଭ କରାଇ ଶେଷରେ ପୋଲିସ ଟିମ୍ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହେଲେ।

ତାଙ୍କ ଠାରୁ ନଗଦ ୧୨ଲକ୍ଷ ୮୮ହଜାର ଟଙ୍କା ଓ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କର୍ପିଓ ଗାଡି ଓଆର୍୦୨ବିଡବ୍ଲ୍ୟୁ ୧୦୦୦ ଓ ଏକ ଜାଲ ନମ୍ବର ପ୍ଲେଟ ଓ ୨ଗୋଟି ମୋବାଇଲ ଫୋନ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାପାଇଁ ତଲାସୀ ଅଭିଯାନ ଚାଲିଥିବା ଏସପି ସୋନପୁର ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ ପଦ୍ମାସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.

Back to top button