ଓଡ଼ିଶାପାଣିପାଗ ଓ ପରିବେଶରାଜ୍ୟ

ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ, ଭୁବନେଶ୍ଵର ସମେତ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା

ଭୁବନେଶ୍ଵର: ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଜି ମଧ୍ୟାହ୍ନରେ ରାଜଧାନୀରେ ଲାଗିରହିଛି ବର୍ଷା । ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ବର୍ଷା ଲାଗିରହିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

ଏଥି ସହିତ ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମଧ୍ୟ ମୌସୁମୀ ଛୁଇଁଛି । ପ୍ରାକ୍ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟରେ ଲାଗିରହଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି ।

ତେବେ ଏବର୍ଷ ବାର ଦିନ ବିଳମ୍ବରେ ଓଡିଶା ଛିଇଁଛି ମୌସୁମୀ । ମୌସୁମୀ ଆରମ୍ଭରୁ ହିଁ ଭଲ ବର୍ଷା ହୋଇଛି । ଏଥର ମୌସୁମୀ ବିଳମ୍ବରେ ଆସିଥିଲେବି ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଭୁବନେଶ୍ୱରରେ ୬୦ ମିଲିମିଟର ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ କିଛିଘଣ୍ଟାର ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରର କିଛି ଅଞ୍ଚଳରେ ପାଣି ଭରି ଯଇଥିବାର ମଧ୍ୟ ଦେଖାଯାଇଛି । ତେବେ ମୌସୁମୀ ଆରମ୍ଭରୁ ଯଦି ରାଜଧାନିର ଅବସ୍ଥା ଏପରି ତେବେ ଆଗକୁ ଯାତେବେଳେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଆସିବ ସେହି ସ୍ଥିତି ପାଇଁ ପ୍ରଶାସନ କେତେ ସଜାଗ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published.

Back to top button