ଓଡ଼ିଶା

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା, ଏସସିବିରେ ଚିକିତ୍ସାଧୀନ ଆହତଙ୍କ ମୃତ୍ୟୁ

ଭୁବନେଶ୍ୱର : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଦୁର୍ଘଟଣାରେ ଜଣେ ଆହତଙ୍କ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ବିଜୟ ପାଶୱାନ । ଗୁରୁତର ଆହତ ହୋଇଥିବା ବିଜୟ ଏସସିବିର ସେଂଟ୍ରାଲ ଆଇସିୟୁରେ ରହି ବିଜୟ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ୍ ପକ୍ଷରୁ ସୂଚନା ମିଳିଛି ।

ସୂଚନାଥାଉ କି, ଗତ ୨ ତାରିଖରେ କୋଲକାତାରୁ ଚେନ୍ନାଇକୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆଜି ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୮୯ରେ ପହଂଚିଛି ।

Leave a Reply

Your email address will not be published.

Back to top button