Koraput

ଜୟପୁର ରେଳଷ୍ଟେସନର ସମୀକ୍ଷା କଲେ ଡିଆରଏମ୍‌

ଜୟପୁର : ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି ୱାଲେଟିଅର ଡିଭିଜନର ଡିଆରଏମ୍ ଅନୁପ ଶତପଥି । ଡିଆରଏମ ଅନୁପ ଶତପଥିଙ୍କ ସହ ବୈଷୟିକ ଟିମ୍ ରେଳ ଷ୍ଟେସନର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଦୀର୍ଘ ଦିନ ଧରି ଜୟପୁର ରେଳ ଷ୍ଟେସନର ଉନ୍ନତି କରଣ ସାଙ୍ଗକୁ ନୁତନ ଟ୍ରେନ ଚଳା ଚଳ ପାଇ ବିଭିନ୍ନ ସଂଗଠନ ତରଫରୁ ଦାବୀ ହୋଇ ଆସୁଥିଲା । ଡିଆରଏମ ଶତପଥିଙ୍କ ସୂଚନା ପରେ ଜୟପୁର ରେଳ ଷ୍ଟେସନର ରୁପରେଖ ବଦଳିବ । ଦୀର୍ଘ ଦିନ ଧରି ବିଶାଖାପାଟଣା ଡିଭିଜନର କୋରାପୁଟ ଜୟପୁର ଡବଲ ଲାଇନ କାର୍ଯ୍ୟ ନିର୍ମାଣଧିନ ରହିଛି । ବିଶାଖାପାଟଣା ଠାରୁ କୋରାପୁଟ ମଧ୍ୟରେ ଅନେକ ପାହାଡ ଓ ଜଙ୍ଗଲ ରହିଥିବା ବେଳେ ଅନେକ ଶୃଡଙ୍ଗ ଓ ଟ୍ରନେଲ ନିର୍ମାଣ କରିବାକୁ ପଡୁଥିବାରୁ ସେ କାର୍ଯ୍ୟର ଟିକେ ବିଳମ୍ବ ହେଉଛି । ଅନ୍ୟପଟେ ଜୟପୁର ରେଳ ଷ୍ଟେସନରେ ଆବଶ୍ୟକୀୟ ଭିତିଭୁମିର ତାଲିକା ପ୍ରସ୍ତୁତ କରାଯାଉଛି । ସେପଟେ ଆବଶ୍ୟକିୟ ସମସ୍ତ ଭିତ୍ତିଭୁମି ଏବଂ ଅନାନ୍ୟ ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଯିବ । ଅତିଶୀଘ୍ର ଜୟପୁର ରେଳ ଷ୍ଟେସନର କୋଠା, ପାର୍କିଂ, ଲିପ୍ଟ, ଭିନ୍ନକ୍ଷମଙ୍କ ପାଇଁ ସୁବିଧା , ଯାତ୍ରୀଙ୍କ ପାଇ ସୁବିଧା, ପାନୀୟ ଜଳ ଆଦି ବିକାଶ ହେବ ବୋଲି ଡିଆରଏମ ଶତପଥି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button