Koraput

ମାଓବାଦୀଙ୍କ ଶହୀଦ ସପ୍ତାହ : ୬ଟି ରୁଟରେ ସରକାରି ବସ୍ ସେବା ଠପ୍

ଜୟପୁର : ମାଓବାଦୀ ମାନେ ଶହୀଦ ସପ୍ତାହ ପାଳନ କରୁଥିବାରୁ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଅବିଭକ୍ତ କୋରପୁଟ ଜିଲ୍ଲାରେ କେତେକ ରୁଟରେ ସରକାରୀ ବସ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ୨୭ ତାରିଖ ରାତ୍ରରୁ ଠାରୁ ସରକାରୀ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ଜୟପୁର ଜୁନର ପାଖା ପାଖି ୬ଟି ରୁଟରେ ବସ ଚଳାଚଳ ସମ୍ପୁଣ୍ଣ ବନ୍ଦ କରାଯାଇଛି । ୨୮ ତାରିଖ ଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାରୀ ବସ ବନ୍ଦ କରାଯାଇଛି । ଏହି ସପ୍ତାହରେ ମାଓବାଦି ମାନେ ଯେପରି କିଛି କାଣ୍ଡ ନଘଟାଇପାରନ୍ତି ସେଥିଯୋଗୁଁ ଜିଲ୍ଲା ପୋଲିସ ତରଫରୁ ସୁରକ୍ଷା ବାହିନି ଦ୍ୱାରା କଡା ସୁରକ୍ଷା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ବସ୍ ଚଳା ଚଳ ବନ୍ଦ ରଖାଯାଇଛି । ଫୁଲବାଣି, ଭଦ୍ରାଚଳମ, ଗୁଣୁପୁର, କୋଟା ଗାଁ ,କାଶିପୁର , କମଳାଡିହ ରୁଟରେ ବସ ଚଲାଚଳକୁ ବନ୍ଦ କରାଯାଇଛି । ଏହି ରୁଟରେ ବସ୍ ଆସନ୍ତା ୩ ତାରିଖ ପଯ୍ୟନ୍ତ ବନ୍ଦ କରାଯାଇଥିବା ବିଭାଗ ତରଫରୁ ସୁଚନା ଦିଆଯାଇଛି । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାକୁ ବସ ଚଲାଚଳ କରିବ । ଜିଲ୍ଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍ କରିବା ସହ କମ୍ବିଂ ଅପରେସନ୍ ଜୋରଦାର କରାଯାଇ ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ମାଓବାଦିଙ୍କ ଶହିଦ ସପ୍ତାହ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଆତଙ୍କିତ ହୋଇପଡିଥିବାରୁ ଜିଲ୍ଲା ପୋଲିସ ତରଫରୁ ଭୟଭିତ ହେବାର କିଛି ଆଶଙ୍କା ନାହିଁ ବୋଲି ଆଶ୍ୱାସନା ଦିଆଯାଇଛି । ଜିଲ୍ଲାର, ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡା, ପଟାଙ୍ଗି ଅଞ୍ଚଳରେ ସୁରକ୍ଷା ବାହନି ତରଫରୁ ତିକ୍ଷଣ ନଜର ରଖାଯାଇଛି । ମାଓବାଦୀ ଅଞ୍ଚଳରେ ଥିବା ଥାନା ଗୁଡିକର ସୁରକ୍ଷା କଡା କଡି କରାଯାଇଛି । ଅପରପକ୍ଷେ ମାଓବାଦୀ ମାନେ ଶହିଦ ସପ୍ତାହକୁ ସମର୍ଥନ ଜଣାଇବାକୁ ବ୍ୟାନରରେ ଓ ପୋଷ୍ଟେର ମାଧ୍ୟମରେ ଉପସ୍ଥିତ ଜାହିର କରିଛନ୍ତି । ମାଓବାଦୀ ଯେପରି କୌଣସି କାଣ୍ଡ ନଘଟାଇ ପାରିବେ ସେ ନେଇ ଜିଲ୍ଲା ପୋଲିସ ତରଫରୁ ସୁରକ୍ଷା  କଡା କଡି କରାଯାଇଥିବା ଜଣାଯାଇଛି ।

Related Articles

Leave a Reply

Your email address will not be published.

Back to top button