ଅପରାଧ

ଗଞ୍ଜେଇ ଚାଲାଣ ବେଳେ ଚଢାଉ, ୩ ଗିରଫ

ଜୟପୁର : ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୩ ଅଭିଯୁକ୍ତ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟପୁରର ଜୟନ୍ତ ୟାଦବ (୨୪) ମଧ୍ୟପ୍ରଦେଶର ରାଜେଶ କାଚେର (୪୬) ବୈପାରିଗୁଡା ଝଡିଆଗୁଡାର ରବି ଖିଲ (୨୬) ପୋଲିସ ସୁଚନ ଅନୁଯାଇ ବୈପାରିଗୁଡାରୁ ଗଞ୍ଜେଇ ଚାଲାଣ ହେଉଥିବା ବିଷୟ ଜୟପୁର ସଦର ପୋଲିସ ସୁଚନା ପାଇଥିଲା । ସୂଚନା ଆଧାରରେ ସୁନା ନଗର ନିକଟରେ ପୋଲିସ ତରଫରୁ ବ୍ଲକିଙ୍ଗ କରାଯାଇଥିଲା । ସେହି ସମୟରେ ସୁନା ନଗର ଛକ ଠାରେ ଏକ କାରରେ ରାୟପୁରର ଜୟନ୍ତ ୟାଦବ (୨୪) ମଧ୍ୟପ୍ରଦେଶର ରାଜେଶ କାଚେର (୪୬) ବସିଥିବା ବେଳେ ପୋଲିସ ଯାଞ୍ଚ କରିଥିଲା । କାର ଆଗରେ ବାଇକରେ ବୈପାରିଗୁଡା ଝଡିଆଗୁଡାର ରବି ଖିଲ (୨୬) ଆସୁଥିଲ।। ଯାଞ୍ଚ କରିବାରୁ ପୋଲିସ ୨୫ ପ୍ୟାକେଟରେ ୨୨୦ କେଜି ଗଞ୍ଜେଇ ଜବତ କରିଛି । କାର, ବାଇକ, ଗଞ୍ଜେଇ, ୩ଟି ମୋବାଇଲ କୁ ଜବତ କରି ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button