ଅପରାଧ

ଖଣି-ମୋରମ ମାଫିଆ ସଞ୍ଜୟ ଖୁଣ୍ଟିଆ ସମେତ ୪ଜଣ ଗିରଫ

ଖୋର୍ଦ୍ଧା : କମିଶନରେଟ ପୋଲିସକୁ ବଡ ସଫଳତା ମିଳିଛି । ଏକ ବଡ ଅପରାଧୀ ଗ୍ୟାଙ୍ଗ ତଥା ଖଣି-ମୋରମ ମାଫିଆ ସଞ୍ଜୟ ଖୁଣ୍ଟିଆ ସହିତ ପୋଲିସ ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଅତ୍ୟାଧୁନିକ ବନ୍ଧୁକ, ଗୁଳି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । କମିଶନରେଟ ପୋଲିସର ସ୍ୱେଶାଲ ସ୍କ୍ୱାର୍ଡ ଓ ତମାଣ୍ଡୋ ଥାନା ପୋଲିସ ମିଳିତ ଭାବେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ, ବେଶ କିଛିିଦିନ ହେଲା ସଞ୍ଜୟ ଖୁଣ୍ଟିଆ ଓ ସହଯୋଗୀମାନେ ଖୋର୍ଦ୍ଧାରେ ଆତଙ୍କ ଖେଳାଇଥିଲେ । ବିଶେଷ କରି ଖଣି ଓ ମୋରମ ମାଫିଆ ଭାବେ କାମ କରି କୋଟି କୋଟି ଟଙ୍କା ଅସୁଲ କରୁଥିଲେ । ଏଥିସହିତ ହତ୍ୟା, ଅପହରଣ ଓ ହତ୍ୟା ଉଦ୍ୟମ ଭଳି ଘଟଣା ଘଟାଇ ଏକ ପ୍ରକାର କୋକୂଆ ଭୟ ସୃଷ୍ଟି କରିଥିଲେ । ଗତକାଲି ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଗ୍ୟାଙ୍ଗୱାର କରିବା ନେଇ ସ୍ପେଶାଲ ସ୍କ୍ୱାଡକୁ ସୂଚନା ମିଳିଥିଲା । ପରେ ସ୍ପେଶାଲ ସ୍କ୍ୱାଡ ଏସିପି ହିମାଂଶ ସ୍ୱାଇଁ ଓ ଏସିପି ପ୍ରଦୀପ ରାଉତଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଏହି ଗ୍ୟାଙ୍ଗ ଉପରେ ନଜର ରଖାଯାଇଥିଲା ।*

ରବିବାର ରାତିରେ ଏମାନେ ତମାଣ୍ଡୋ ଅଞ୍ଚଳରେ ଏକତ୍ରିତ ହେବାକୁ ଯାଉଥିଲେ । ଏହି ସମୟରେ ପୋଲିସ ଟିମ ସେଠାରେ ଚଢାଉ କରି ପ୍ରଥମେ ସଞ୍ଜୟ ଖୁଣ୍ଟିଆ ଓରଫ ବାପୁନିକୁ କାବୁ କରିବାରେ ସକ୍ଷମ ହୋଇଥିଲା । ଯାଞ୍ଚ ବେଳେ ତା’ ନିକଟରୁ ଅତ୍ୟାଧୁନିକ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ଜବତ କରାଯାଇଥିଲା । ଜେରା ବେଳେ ଅନ୍ୟ ୩ ସଦସ୍ୟ ଏକତ୍ରିତ ହୋଇଥିବା ସ୍ଥାନର ସୂଚନା ଦେଇଥିଲା । ସୂଚନା ପାଇ ପୋଲିସ ସେଠାରେ ଚଢାଉ କରି ସହଯୋଗୀ ଶିବ କୁମାର ନାଲି, ବଟକୃଷ୍ଣ ପାଣି ଓ ପ୍ରକାଶ ରାଉତରାୟଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ଠାରୁ ୩ଟି ବନ୍ଧୁକ, ୨୦ ରାଉଣ୍ଡ ଗୁଳି, ୩ଟି ୪ଚକିଆ ଗାଡି ଓ ଏକାଧିକ ମୋବାଇଲ ଜବତ କରାଯାଇଛି ।

ପ୍ରକାଶ ଥାଉକି ସଞ୍ଜୟ ୨୦୧୪ରେ ଧଉଳି ଥାନା ଅଞ୍ଚଳରେ ଘଟିଥିବା ସୋନୁ ଓରଫ କୃତ୍ତିବାସ ପାତ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା । ଏହି ଘଟଣାରେ ସେ ଗିରଫ ହୋଇଥିବା ବେଳେ ଏବେ ବେଲରେ ଅଛି ।ତେବେ ବଟକୃଷ୍ଣ ବେଗୁନିଆ, ଖୋର୍ଦ୍ଧା ଓ ତମାଣ୍ଡୋ ଥାନାର ଏକାଧିକ ମାମଲାରେ ସଂପୃକ୍ତି ଥିବା ବେଳେ ପ୍ରକାଶ ଏସଟିଏଫ ଦ୍ୱାରା ପୂର୍ବରୁ ଗିରଫ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button